ପୁରୀ :ଅଣସର ପିଣ୍ଡିରେ ମହାପ୍ରଭୁ । ଶ୍ରୀମନ୍ଦିରରେ ପୂଜା ପାଉଛନ୍ତି ପଟି ଦିଅଁ । ଶ୍ରୀଜିଉଙ୍କ ଦର୍ଶନରୁ ବଞ୍ଚିତ ଭକ୍ତ ଶ୍ରୀ ଅଲାରନାଥଙ୍କ ଦର୍ଶନ କରୁଛନ୍ତି । ଆଜି ତୃତୀୟ ଦିନ ବ୍ରହ୍ମଗିରିରେ ଶୀ ଅଲାରନାଥଙ୍କ ମନ୍ଦିରେ ଦେଖିବାକୁମିଳିଛି ପ୍ରବଳ ଭିଡ଼ l ସେପଟେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଜରର ଉପଚାର ହେଉଛି।
ସେଥିପାଇଁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ପଟି ଦିଅଁଙ୍କ ପୂଜାର୍ଚ୍ଚନା ଶ୍ରୀଜିଉଙ୍କ ଅଣସର ସମୟରେ ହିଁ ଏହି ପଟି ଦିଆଁ ପୂଜା ପାଇଥାନ୍ତି । ଅଣସର ପରେ ପଟି ଦିଅଁଙ୍କୁ ବିସର୍ଜନ କରାଯିବାର ପରମ୍ପରା ରହିଛି । ସେପଟେ ତୃତୀୟ ଦିନରେ ଅଲାରନାଥଙ୍କ ପୀଠରେ ଜମିଛି ଶ୍ରଦ୍ଧାଳୁଙ୍କ ଭିଡ଼ । ରତ୍ନବେଦୀରେ ଶ୍ରୀଜିଉଙ୍କ ଦର୍ଶନରୁ ବଞ୍ଚିତ ଭକ୍ତ ଏବେ ବ୍ରହ୍ମଗିରି ଅଲାରନାଥଙ୍କ ଦର୍ଶନ କରୁଛନ୍ତି ।
ରିପୋର୍ଟ -ସମୀର ରଞ୍ଜନ ନାୟକ