ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲାରେ ଜାଗୁଳାଇ ପାଟଣା ରଥଯାତ୍ରା ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଖୋର୍ଦ୍ଧା ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଦିନ ୧୧ ଘଟିକାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଉପଜିଲ୍ଲାପାଳ ଦିପ୍ତି ରଞ୍ଜନ ସେଠୀ ଅଧ୍ୟକ୍ଷତା କରିଥିଲେ ।
ଏହି ବୈଠକ ରେ ଉପସ୍ଥିତ ସମସ୍ତ ସଦସ୍ୟ ଙ୍କୁ ସ୍ବାଗତ ଜଣାଇ ଉପଜିଲ୍ଲାପାଳ ପୂର୍ବବର୍ଷର ରଥଯାତ୍ରାରେ ସମ୍ମୁଖୀନ ହୋଇଥିବା ଅସୁବିଧା ମାନଙ୍କ ବିଷୟରେ ଆଲୋଚନା କରିବାକୁ ପ୍ରସ୍ତାବ ଦେଇଥିଲେ। ପୂର୍ବବର୍ଷ ର ପ୍ରସ୍ତୁତି ବୈଠକ ର ବିବରଣୀକୁ ପାଠ କରଯାଇ କାର୍ଯସୂଚୀ ଅନୁସାରେ ବୈଠକ ଚାଲୁ ରହିଥିଲା । ପୂର୍ବବର୍ଷ ଭଳି ଏ ବର୍ଷ ମଧ୍ୟ ପ୍ରଥମେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କୁ syntax ଯୋଗାଇଦେବାକୁ ଏବଂ କାର୍ଯ୍ୟ ନିର୍ବାହୀ ଅଧିକାରୀ, RWSS ଙ୍କୁ ୨ ଟ୍ୟାଙ୍କର ଯୋଗାଇ ଦେବାକୁ ଅନୁରୋଧ କରାଗଲା ।
ସ୍ବଚ୍ଛତା ପାଇଁ ସରପଞ୍ଚ ଙ୍କୁ ଦାୟିତ୍ଵ ଦିଆଗଲା । ସ୍ବାସ୍ଥ୍ୟ ବିଭାଗ କୁ ଫାଷ୍ଟ ଏଡ ସାହାଯ୍ୟ ଏବଂ ଏମ୍ବୁଲେନ୍ସ ଯୋଗାଇ ଦେବାକୁ ଅନୁରୋଧ କରାଗଲା । ରଥ କାରୁକାର୍ଯ୍ୟ ନିମ୍ନମାନ ର ହୋଇଥିବାରୁ PWD ଙ୍କୁ ଟେଷ୍ଟ କରିବାକୁ ପରାମର୍ଶ ଦେଇଥିଲେ । ବିଦ୍ୟୁତ ବିଭାଗ / ଅଗ୍ନିଶମ ବିଭାଗ ଙ୍କୁ ଦୁର୍ଘଟଣା ଏଡାଇବା ପାଇଁ ସଜାଗ ରହିବାକୁ ଅନୁରୋଧ କରାଗଲା। ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ପୁଲିସ ଡିପାର୍ଟମେନ୍ଟ ଙ୍କୁ ଅନୁରୋଧ କରାଗଲା । ସ୍ବେଚ୍ଛାସେବୀ ଯୋଗାଇ ଦେବାକୁ ପି.ଏନ କଲେଜ କୁ ଅନୁରୋଧ କରାଯାଇଥିଲା ।
ଜିଲ୍ଲା ଶିକ୍ଷାଧିକାରୀଙ୍କୁ ସ୍କାଉଟ ଗାଇଡ଼ ଯୋଗାଇ ଦେବାକୁ ଅନୁରୋଧ କରାଗଲା । ସଭାରେ ଆଶୁତୋଷ ମହାନ୍ତି PHEU, ବି.ଡି.ଓ ଖୋର୍ଦ୍ଧା କ୍ଷୀରାବ୍ଡି ତନୟା ସାହୁ ,Hospital Manager ଡଃ.ବିନୟ ପାଣିଗ୍ରାହୀ , ବ୍ଲକ ଅଧକ୍ଷ୍ୟା ଶ୍ରୀମୟୀ ପ୍ରିୟଦର୍ଶିନୀ , ଜିଲ୍ଲା ସୂଚନା ଏବଂ ଲୋକ ସମ୍ପର୍କ ଅଧିକାରୀ ଜ୍ୟୋସ୍ନାମୟୀ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ।ଶେଷ ରେ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇ ସଭା ସାଙ୍ଗ କରାଗଲା ।