ବିଦାୟକାଳୀନ ସମ୍ଭର୍ଦ୍ଧନା

ପୁରୀ :ସୁରଜମଲ ଶାହ ମହାବିଦ୍ୟାଳୟରେ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି l ଉକ୍ତ ସଭାରେ ଇଂରାଜୀ ବିଭାଗୀୟ ମୁଖ୍ୟ ପ୍ରାଧ୍ୟାପକ ବିଜୟ କୁମାର ପଟ୍ଟନାୟକଙ୍କ ବିଦାୟକାଳୀନ ସଭାରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରାଧ୍ୟାପକ ଡ଼ ଶ୍ରୀ କୁମାର ପାଠୀ ଅଧ୍ୟକ୍ଷତା କରିଥିଲେ, ମହାବିଦ୍ୟାଳୟ ର ସମସ୍ତ ପ୍ରାଧ୍ୟାପକ, ପ୍ରାଧ୍ୟାପିକା, ଅଧ୍ୟାପକ, ଅଧ୍ୟାପିକା ଏବଂ ଅଣ ଶିକ୍ଷକ, କର୍ମଚାରୀ ବୃନ୍ଦ ସଭାରେ ଉପସ୍ଥିତ ରହି ସଭାକାର୍ଯ୍ୟକ୍ରମକୁ ସାଫଲ୍ୟ ମ ଣ୍ଡିତ କରିଥିଲେ l

ପ୍ରାରମ୍ଭରେ ଷ୍ଟାଫ ଆସୋସିଏସନର ସଭାପତି ଅଧ୍ୟାପକ ସୂର୍ଯ୍ୟ ନାରାୟଣ ପଟ୍ଟନାୟକକାର୍ଯ୍ୟକ୍ରମକୁ ଆରମ୍ଭ କରିବାପରେ ସମ୍ପାଦକ ଅଧ୍ୟାପକ ରାଧାନାଥ ପଲାଇ ସଭାର ସୁପରିଚାଳନା କରିଥିଲେ, ସଭାରେ ଉପସ୍ଥିତ ସମସ୍ତ ସଭ୍ୟ ସଭ୍ୟା ବିଦାୟ ପ୍ରାଧ୍ୟାପକ ଶ୍ରୀ ପଟ୍ଟନାୟକଙ୍କ କର୍ତଵ୍ୟ ନିଷ୍ଠା ସମୟାନୁବର୍ତ୍ତି ଅନ୍ୟାନ୍ୟ ସୁଗୁଣ ଉପରେ ଆଲୋକ ପାତ କରିବା ସହିତ ତାଙ୍କର ଅବସରକାଳୀନ ଜୀବନ ସୁଖ, ଶାନ୍ତି ଓ ନିରାମୟ ଭାଵେ କଟିବା ପାଇଁ ପ୍ରଭୂ ଜଗନ୍ନାଥ ଙ୍କ ନିକଟରେ ପ୍ରାର୍ଥନା କରିଥିଲେ, ଶେଷରେ ମହାବିଦ୍ୟାଳୟର ବଡବାବୁ ଶ୍ରୀ ବଳରାମ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ

ସମୀର ରଞ୍ଜନ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *

error: Content is protected !!