ପୁରୀ: ଶ୍ରୀକ୍ଷେତ୍ର ମଠାଧୀଶ ସେବା ସଙ୍ଘ ତରଫରୁ ଓଡିଶାର ସାଧୁ, ସନ୍ଥ ତଥା ମଠାଧୀଶ ମାନେ ପୁରୀ ଟାଉନ ହଲ ପରିସରରେ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପୁରୀର ମଠ ମାନଙ୍କ ବିଭିନ୍ନ ସମସ୍ୟା ଏବଂ ମୌଳିକ ସୁବିଧା ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି | ଦାବିପତ୍ର ପ୍ରଦାନ ସମୟରେ ଉତ୍ତର ପାର୍ଶ୍ୱ ମଠର ମହନ୍ତ ନାରାୟଣ ରାମାନୁଜ ଦାସ ,ନେବଳ ଦାସ ମଠର ମହନ୍ତ ଡ ରାମ ଚରଣ ଦାସ। ବଡ ଆଖଡ଼ା ମଠର ମହନ୍ତ ହରି ନାରାୟଣ ଦାସ ,ବଳରାମ କୋଟ ମଠର ମହନ୍ତ ରଘୁବୀର ଦାସ ,ମହି ପ୍ରକାଶ ମଠର ମହନ୍ତ ସ୍ୱାମୀ ସୁବାନନ୍ଦ ପୁରୀ ଦାସ ଜୀ, ରାଧେଶ୍ୟାମ ମଠ ର ମହନ୍ତ ସୁବଳ ଚରଣ ଦାସ ଏବଂ ରାଧା ବଲ୍ଲଭ ମଠର ମହନ୍ତ ରାମକୃଷ୍ଣ ଦାସ ଜୀ ମହାରାଜ ପ୍ରମୁଖ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ
|ପ୍ରମୁଖ ଦାବି ଗୁଡିକ ହେଲା
୧- ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଭାରତବର୍ଷର ବିଭିନ୍ନ ପ୍ରାନ୍ତ ରୁ ଆସୁଥିବା ସାଧୁସନ୍ଥ ମାନଙ୍କୁ ପରିଚୟପତ୍ର ମାଧ୍ୟମରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କରାଯାଉ |
୨- ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ଉଚ୍ଛେଦ ହୋଇଥିବା ମଠ ମାନଙ୍କୁ ସରକାର ଦେଇଥିବା ଲିଖିତ ପ୍ରତିଶୃତି ମୁତାବକ ବର୍ତ୍ତମାନ ସୁଦ୍ଧା ଯାଗା ଦେଇ ମଠ ପୁନଃନିର୍ମାଣ କରି ନାହାଁନ୍ତି | ଯାଦ୍ବାରା ମଠ ମାନେ ଅନେକସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସରକାର ଏଥିପ୍ରତି ସମୁଚିତ ଦୃଷ୍ଟି ପୂର୍ବକ ତତ୍କାଳୀନ ସେହି ଚୁକ୍ତି କୁ କାର୍ଯ୍ୟକାରୀ କରାଇଲେ ପ୍ରାଚୀନ ପରମ୍ପରାର ମୂକ ସାକ୍ଷୀ ମଠ ମାନଙ୍କ ସହ ସାଧୁ ସନ୍ଥ ତଥା ମଠ ସଂସ୍କତିରରକ୍ଷା ହୋଇ ପାରିବ ।
୩- ରାଜ୍ୟରେ ସନ୍ଥ କଲ୍ୟାଣ ପରିଷଦ ( Santha welfare board) ଗଠନ କରାଯାଇ ପରମାର୍ଥ ପରମ୍ପରାରକ୍ଷା କରାଯାଉ |
୪- ମଠ, ଆଶ୍ରମ ମାନଙ୍କୁ ଦେବୋତ୍ତର ଆଇନରୁ ମୁକ୍ତ କରାଯାଉ |
୫- ଶ୍ରୀକ୍ଷେତ୍ରର ମଠ ମାନଙ୍କର ବିଜେସ୍ଥଳୀ ସମେତ ଚାଷ ଜମି ଯାହାକି ଅଧୁନା ଶ୍ରୀମନ୍ଦିର ପରିଚାଳନା କମିଟି ନାମରେ ରେକର୍ଡ ହୋଇ ଯାଇଛି। ତେଣୁ ମଠ ମାନେ ବର୍ତ୍ତମାନ ଭୂମି ହୀନହୋଇ ଯାଇଛନ୍ତି । ଏଣୁ ଶ୍ରୀମନ୍ଦିରର ସେବା ଓ ମଠ ଠାକୁରଙ୍କ ସେବା ପୂଜା,ସାଧୁ ସେବା, ଅତିଥ୍ୟ ସେବା ତଥା ଧର୍ମ ପ୍ରଚାରରେ ଘୋର ବ୍ୟାହତ ସୃଷ୍ଟି ହେଉଛି। ତେଣୁ ପୂର୍ବରୁ ମଠ ମାନଙ୍କର ଥିବାସମ୍ପତ୍ତି ଯାହାକି ଶ୍ରୀମନ୍ଦିର ନାମରେ ରେକର୍ଡ ହୋଇ ଯାଇଅଛି ସେଥିରୁ ବିଜେସ୍ଥଳୀ ଓ ଚାଷ ପାଇଁ କିଛି ସମ୍ପତ୍ତି ମଠ ଠାକୁରଙ୍କ ନାମକୁ ଫେରାଇ ଦିଆଯାଉ।
୬- ଶ୍ରୀକ୍ଷେତ୍ରକୁ ବିଶ୍ବର ଆସୁଥିବା ସାଧୁ ସନ୍ଥ ମାନଙ୍କ ପାଇଁ ଏକ ଧର୍ମଶାଳାଶ୍ରୀମନ୍ଦିରର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ନିର୍ମାଣ କରାଯାଉ। ଯେଉଁଥିରେ ବହିରାଗତ ସାଧୁସନ୍ଥମାନେ ରହିବା ସହିତପ୍ରସାଦ ମଧ୍ୟ ପାଇ ପାରିବେ ।ତେଣୁ ରାଜ୍ୟ ସରକାର ସାଧୁ ସନ୍ଥ ମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଉକ୍ତ ସମସ୍ୟା ଗୁଡିକର ସମାଧାନ କରାଗଲେ ଓଡିଶା ଭଳି ଏକ ଧାର୍ମିକ ପ୍ରଦେଶରେ ସାଧୁସନ୍ଥମାନେ ଉପକୃତ ହେବା ସହିତ ମୁଖ୍ୟମନ୍ତ୍ରୀ ଙ୍କ ପ୍ରତି କୃତଜ୍ଞ ରହିବେ ।