ରଥଯାତ୍ରାର ସୂଚନା ପ୍ରଦାନ ପାଇଁ ତଥ୍ୟ ଭିତ୍ତିକ ଆପ୍ ରଥ ଯାତ୍ରା ୨୦୨୪ ଲଞ୍ଚ

ପୁରୀ : ଜିଲ୍ଲା ପ୍ରଶାସନ ତରଫରୁ ରଥଯାତ୍ରା ଦେଖିବା ପାଇଁ ଆସୁଥିବା ତୀର୍ଥଯାତ୍ରୀ, ପର୍ଯ୍ୟଟକ ମାନଙ୍କୁ ଅଧିକ ତଥ୍ୟ ସହଜରେ ଉପଲବ୍ଧ କରାଇବା ପାଇଁ ରଥଯାତ୍ରା ୨୦୨୪ ନାମକ ମୋବାଇଲ ଆପ୍ ଲଞ୍ଚ କରାଯାଇଛି।ଏହି ଆପ ଡାଉନ୍ ଲୋଡ୍ କଲେ ଦର୍ଶନାର୍ଥି ଓ ପର୍ଯ୍ୟଟକ ନିଜ ନିକଟରେ ଥିବା ପିଇବା ପାଣି ବ୍ୟବସ୍ଥା ,ସ୍ବାସ୍ଥ୍ୟ କେନ୍ଦ୍ର,ମାଗଣା ଖାଦ୍ୟବଣ୍ଟନ ସ୍ଥଳି,ପୋଲିସ ସେବା କେନ୍ଦ୍ର,ଶିଶୁ ଡେସ୍କ ହେଲ୍ପ ଲାଇନ,ସୂଚନା କେନ୍ଦ୍ର ,ନିକଟରେ ଥିବା ଅସ୍ଥାୟୀ ରହଣି ଶିବିର , ଭିନ୍ନକ୍ଷମ ପାଇଁ ରଥ ଦର୍ଶନ ହ୍ବିଲ ଚେୟାର ବ୍ୟବସ୍ଥା ,ଲାଇଫ ଗାର୍ଡ ସେବା,କଣ୍ଟ୍ରୋଲ ରୁମ୍ ଇତ୍ୟାଦି ସମ୍ପର୍କରେ ସହଜରେ ଜାଣି ପାରିବେ।

ନିଜ ନିକଟରେ ଥିବା ହୋଟେଲ ରେଷ୍ଟୁରାଣ୍ଟ, ପାର୍କିଂ ସ୍ଥାନ ଇତ୍ୟାଦି ବିଷୟରେ ମଧ୍ୟ ସୂଚନା ପାଇ ପାରିବେ ତଥା ସହର ମଧ୍ୟରେ ଥିବା ଦେବ ସ୍ଥଳି ସମ୍ପର୍କ ମଧ୍ୟ ଜାଣି ପାରିବେ। ନାଭି ଗେଶନ ମାଧ୍ୟମରେ ସହଜରେ ସେ ସ୍ଥାନରେ ମଧ୍ୟ ପହଞ୍ଚି ପାରିବେ।ରଥ ଯାତ୍ରା ୨୦୨୪ ନାମକ ଏହି ଆପକୁ ସ୍ଵତନ୍ତ୍ର କ୍ୟୁଆର କୋଡ ମାଧ୍ୟମରେ ସମସ୍ତ ଆଣ୍ଡ୍ରଏଡ ସେଟ୍ ରେ ଏହା ଡାଉନ୍ ଲୋର୍ଡ କରିହେବ।ରଥ ଯାତ୍ରା ଠୁ ନିଳାଦ୍ରୀ ବିଜେ ମଧ୍ୟରେ ଅନ୍ୟ ସବୁ ଆବଶ୍ୟକୀୟ ସୂଚନା ଗୁଡ଼ିକୁ ଆବଶ୍ୟକତା ଅନୁଯାୟୀ ଏହି ଆପ ରେ ସଂଯୁକ୍ତ କରାଯିବ।ପରୀକ୍ଷା ମୂଳକ ଭାବେ ପ୍ରଥମ ଥର ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଏଭଳି ପ୍ରୟାସ ଆରମ୍ଭ କରାଯାଇଛି। ରଥ ଯାତ୍ରାର ଭିଡ ଭିତରେ ଲୋକୋ ମାନଙ୍କୁ ଏହି ଆପ ନିଶ୍ଚିନ୍ତ ସୂଚନା ଦେବରରେ ସହାୟକ ହେବ ବୋଲି ଜିଲ୍ଲା ପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ସୂଚନା ଦେବା ସହିତ ଆଗକୁ ପୁରୀ ସହର ପାଇଁ ଏକ ଇଣ୍ଟି ଗ୍ରେଟେଟଡ ସିଟି ଆପ ପ୍ରସ୍ତୁତ ପାଇଁ ଯୋଜନା କରାଯାଉଛି ବୋଲି କହିଛନ୍ତି।

ସମୀର ରଞ୍ଜନ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *

error: Content is protected !!