ଝାରସୁଗୁଡାରେ ମହାପ୍ରଭୁଙ୍କ ରଥ ଟଣା ସମୟରେ ଅଘଟଣ

ଝାରସୁଗୁଡା: ସବୁ ସେଇ ମହାବାହୁଙ୍କ ଇଛା। ତାଙ୍କ ଇଚ୍ଛାରେ ସଂସାର ଚାଲୁଛି।ଝାରସୁଗୁଡ଼ା ଜିଲ୍ଲା ବଡ଼ମାଲ ଥାନା କୁକୁଜଙ୍ଘା ଜଗନ୍ନାଥ ମନ୍ଦିରରେ ରଥ ଟଣା ବେଳେ ଅଘଟଣ।ଚକ ତଳେ ଚାପି ହୋଇ ଜଣେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଛି।ମୃତକ ଜଣଙ୍କ ହେଲେ ଶ୍ୟାମ ସୁନ୍ଦର କିଷାନ (୪୫)।

ଆଜି ସନ୍ଧ୍ୟା ସମୟରେ କୁକୁଜଙ୍ଘା ଜଗନ୍ନାଥ ମନ୍ଦିରରେ ରଥ ଟଣା ଆରମ୍ଭ ହୋଇଥିଲା। ରଥ ଟାଣିବା ସମୟରେ ଅନେକ ଶ୍ରଦ୍ଧାଳୁ ସେଠାରେ ଉପସ୍ତିତ ଥିଲେ।

ରଥ ଟଣା ବେଳେ ରଥ ଏକ ପାର୍ଶ୍ଵକୁ ଗଡ଼ି ଯାଇଥିଲା। ଫଳରେ ଶ୍ୟାମ ସୁନ୍ଦରଙ୍କ ଉପରେ ରଥ ଚକ ଚଢି ଯାଇଥିଲା। ସେ ତଳେ ପଡ଼ି ଗୁରୁତର ଆହାତ ହୋଇଥିଲେ ଶ୍ୟାମ ସୁନ୍ଦର। ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!