ପୁରୀ :ବଡଠାକୁର ଶ୍ରୀବଳଭଦ୍ର ଚାରମାଳ ଉପରେ ଝୁଙ୍କିପଡିବା ଘଟଣାରେ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଇଛନ୍ତି ଆଇନମନ୍ତ୍ରୀ । କହିଛନ୍ତି, ଏଯାଏଁ ରଥଯାତ୍ରାର ସବୁ ବ୍ୟବସ୍ଥାକୁ ସୁରୁଖରୁରେ କରାଯାଇଛି । ଆଡପ ବିଜେ ସମୟରେ ଯାହା ଘଟିଛି ତାହା ସମାନ୍ୟ ଏକ ଦୁର୍ଘଟଣା ।ଆହତ ହୋଇଥିବାର ସଦେଖିବା କୁ ମିଳିଥିଲା। ସେମାନଙ୍କୁ ଆମ୍ବୁଲାନସ ଯୋଗେ ପୁରୀ ଡାକ୍ତରଖାନାକୁ ନିଆଯାଇଥିଲା।
ତେବେ ଉକ୍ତ ଅଘଟଣ ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ତଦାରଖ କରିବା ପାଇଁ ଅନୁରୋଧ କରିଥିଲେ। ଏହାପରେ ଆଇନ୍ ମନ୍ତ୍ରୀ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଏକ ରିପୋର୍ଟ ପ୍ରଦାନ କରିଛନ୍ତି। ମନ୍ତ୍ରୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ଏହା ଲୀଳାମୟଙ୍କ ଲୀଳା। ଆଗକୁ ରଥଯାତ୍ରା ପ୍ରକ୍ରିୟାକୁ ଅଧିକ ଶୃଙ୍ଖଳିତ କରିବା ପାଇଁ ଓଡ଼ିଶା ସରକାର ପଦକ୍ଷେପ ନେବେ। ଆହତ ସେବାୟତଙ୍କ ଚିକିତ୍ସା ଯୋଗାଇ ଦିଆଯାଇଛି। ଏହି ଅଘଟଣରେ ୭ରୁ ଊର୍ଦ୍ଧ୍ବ ସେବାୟତ ଆହତ ହୋଇଥିଲେ।
ସମୀର ରଞ୍ଜନ ନାୟକଙ୍କ ରିପୋର୍ଟ