ଭାରତ ହିଁ ବନ୍ଦ କରିପାରିବ ରୁଷିଆ ଓ ୟୁକ୍ରେନ ଯୁଦ୍ଧ – ଆମେରିକା

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ସାକ୍ଷାତକୁ ଅନେକ ପଶ୍ଚିମି ଦେଶ ସମାଲୋଚନା କରିଥିଲେ । ଆମେରିକା ମଧ୍ୟ ଉକ୍ତ ସମାଲୋଚକଙ୍କ ସହ ସାମିଲ ଥିଲା ଓ ଉଦ୍‌ବେଗ ପ୍ରକାଶ କରିଥିଲା। ୟୁକ୍ରେନର ରାଷ୍ଟ୍ରପତି ମଧ୍ୟ ସମାଲୋଚନା କରି କହିଥିଲେ ଯେ ବିଶ୍ୱର ମହାନ ଗଣତନ୍ତ୍ର ରାଷ୍ଟ୍ର ମୁଖ୍ୟଙ୍କ ଜଣେ ରକ୍ତ ପିପାସୁ ଙ୍କୁ ଆଲିଙ୍ଗନ ଦୁଃଖଦାୟକ।

ମାତ୍ର ଏବେ ଆମେରିକା ଭାରତର ଶକ୍ତିକୁ ମାନିଛି। ଆମେରିକା କହିଛି, ୟୁକ୍ରେନ ଏବଂ ରୁଷିଆ ମଧ୍ୟରେ ଚାଲିଥିବା ଯୁଦ୍ଧକୁ କେବଳ ଭାରତ ହିଁ ବନ୍ଦ କରିପାରିବ। ଆମେରିକା ଏକ ବିବୃତ୍ତି ଜାରି କରି କହିଛି ଯେ, ପୁଟିନଙ୍କୁ ଯୁଦ୍ଧ ବନ୍ଦ କରିବାକୁ ମନାଇବାରେ କ୍ଷମତା ଭାରତର ରହିଛି। ମୋଦିଙ୍କ ଦୁଇ ଦିନିଆ ରୁଷିଆ ଗସ୍ତ ପରେ ଆମେରିକା ଏହି ବିବୃତ୍ତି ଦେଇଛି।

ହ୍ବାଇଟ୍‌ ହାଉସର ମୁଖପାତ୍ର କ୍ୟାରିନ୍‌ ଜିନ୍‌ କହିଛନ୍ତି ଯେ, ଆମର ବିଶ୍ୱାସ ଯେ, ରୁଷିଆ ସହ ଭାରତର ସମ୍ପର୍କ ରାଷ୍ଟ୍ରପତି ପୁଟିନଙ୍କୁ ୟୁକ୍ରେନ ଯୁଦ୍ଧ ବନ୍ଦ କରିବାକୁ ଅନୁରୋଧ କରିବାର କ୍ଷମତା ଦେବ। କିନ୍ତୁ ଏହାକୁ ଶେଷ କରିବା ରାଷ୍ଟ୍ରପତି ପୁଟିନଙ୍କ କାମ। ପୁଟିନ ଯୁଦ୍ଧ ଆରମ୍ଭ କରିଥିଲେ ସେ ହିଁ କେବଳ ଏହାକୁ ଶେଷ କରିପାରିବେ।

Leave a Reply

Your email address will not be published. Required fields are marked *

error: Content is protected !!
Open chat
ଜୟ ଜଗନ୍ନାଥ 🙏🏻
ଶ୍ରୀକ୍ଷେତ୍ର ନ୍ୟୁଜକୁ ସ୍ୱାଗତ