ପୁରୀ :ଚିଲିକା କୁ ଶୀତ ଋତୁରେ ହଜାର ହଜାର ମାଇଲ ଅତି କ୍ରମ କରି ବିଦେଶୀ ପକ୍ଷୀ ଆସନ୍ତି l ଚିଲିକା ସେହୀ ସମୟ ବିଦେଶୀ ପକ୍ଷୀଙ୍କ ଚିକିରି ମିକିରି ଶବ୍ଦ ଚିଲିକାରେ ମୁଖରୀତ ହୋଇ ଉଠେତେବେ ବିଦେଶୀ ପକ୍ଷୀ ମାନଙ୍କ ସୁରକ୍ଷା ପାଇଁ ଚିଲିକା ବନ୍ୟ ପାଣି ବିଭାଗ ପକ୍ଷରୁ ସୁରକ୍ଷା ଦିଆ ଯାଇ ଥାଏ ଲ ସୂଚନା ଥାଉକି ପୁର୍ବରୁ କେବଳ ଶୀତ ଋତୁରେ ଵଦେଶୀ ପକ୍ଷୀ ଶିକାର ଚିଲିକାରେ ବଢୁଥିବା ବେଳେ ଚଳିତ ବର୍ଷ ଏହା ସ୍ୱାଭାବିକ ଭାବେ ବର୍ଷ ତମାମ ଜାରି ରହିଛି ଯାହା ବର୍ତମାନ ପଡିଶୀ ଜିଲ୍ଲା ର ଖୋର୍ଦ୍ଧା ଜିଲ୍ଲା ଅଧିନସ୍ଥ ରେ ଦୁଇ ଜଣ ପକ୍ଷୀଶିକାରୀ ଗିରଫ ହୋଇଥିବା ବେଳେ ଆଜି ପୁଣି ଆଉଜଣେ ପକ୍ଷୀଶିକାରୀ ଗିରଫ ହୋଇଛନ୍ତି।
ଚିଲିକା ବନ୍ୟପ୍ରାଣୀ ଡ଼ିଏଫଓ ଅମ୍ଲାନ ନାୟକଙ୍କ ସୂଚନା ମୁତାବକ ଆଜି ପୂର୍ବାହ୍ନରେ ଭୂଷଣ୍ଡପୁର ବନ୍ୟପ୍ରାଣୀ ସେକ୍ସନ କର୍ମଚାରୀ ମାନେ ବିଧାରପୁର ସାହିର ଭାଗିରଥି ସ୍ୱାଇଁ (୪୮) ନାମକ ପକ୍ଷୀ ଶିକାରୀଙ୍କୁ ଗିରଫ କରିଥିବା ବେଳେ ତାଙ୍କ ନିକଟରୁ ୧୮ ଗୋଟି ମୃତ ବିଦେଶୀ ପକ୍ଷୀ ଜବତ କରିଛନ୍ତି। ତେବେ ପକ୍ଷୀମାନଙ୍କୁ ବିଷ ଦେଇ ମାରିଦିଆଯାଇଥିବା ଅନୁମାନ କରୁଛି ବନ ବିଭାଗ।ମୃତ ପକ୍ଷୀଙ୍କ ନମୁନା ଫରେନସିକ ଲାବକୁ ଅଧିକ ପରୀକ୍ଷା ପାଇଁ ପଠାଯିବ ବୋଲି ଡ଼ିଏଫଓ କହିଛନ୍ତି। ତେବେ ଏଦିଗରେ ବନ୍ୟ ପ୍ରାଣି ବିଭାଗ କଡା ଦୃଷ୍ଠି ଦେବା ପାଇଁ ସାଧାରଣ ରେ ଦାବୀ ହେଉଛି
ସମୀର ରଞ୍ଜନ ନାୟକଙ୍କ ରିପୋର୍ଟ