ହେରା ପଞ୍ଚମୀ ଅବସରରେ ଭଜନ ପରିବେଷଣ

ପୁରୀ:ହେରା ପଞ୍ଚମୀ ଅବସରରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଶରଧାବାଲି ମୁକ୍ତାକାଶ ରଙ୍ଗ ମଞ୍ଚ ଠାରେ ଭଜନ ପରିବେଷଣ କରାଯାଇଥିଲା।ଝାରସୁଗୁଡାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ବୀର ସୁରେନ୍ଦ୍ର ସାଏ କ୍ଲବ ପକ୍ଷରୁ ସୁରଙ୍ଗ ପ୍ରଧାନ ଙ୍କ ନେତୃତ୍ୱରେ ଭଜନ ପରିବେଷଣ କରି ହଜାର ହଜାର ଶ୍ରୋତା ଓ ଶ୍ରଦ୍ଧାଳୁ ଙ୍କୁ ମନ୍ତ୍ର ମୁଗ୍ଧ କରି ଦେଇଥିଲେ।ପାରମ୍ପରିକ ଓଡିଶୀ ସଂଗୀତ ସହ ଭଜନ ଶୁଣି ଶ୍ରଦ୍ଧାଳୁ ମାନେ ବିମୋହିତ ହୋଇ ଯାଇଥିଲେ। ସୂଚନା ଓ ଲୋକ ସମ୍ପର୍କ ନିର୍ଦ୍ଦେଶକ ସରୋଜ କୁମାର ସାମଲ ଏହି ଭଜନ କାର୍ଯ୍ୟକ୍ରମ ରେ ଯୋଗ ଦେଇ ମହାପ୍ରଭୁଙ୍କ ପ୍ରତି ଏହି ସାଂସ୍କୃତିକ ସଂଧ୍ୟା ସମର୍ପିତ।

ମହାପ୍ରଭୁ ସଂଗୀତ ପ୍ରିୟ।ସେଥିପାଇଁ ଗୀତଗୋବିନ୍ଦ ମହାପ୍ରଭୁଙ୍କ ଅତି ପ୍ରିୟ ବୋଲି କହିବା ସହ ଚଳିତ ବର୍ଷ ରଥଯାତ୍ରା ରେ ସୂଚନା ବିଭାଗ ପକ୍ଷରୁ ୧୩ ଗୋଟି ଅସ୍ଥାୟୀ ସୂଚନା କେନ୍ଦ୍ର କରାଯାଇଥିବା ବେଳେ ପ୍ରତି ସଂଧ୍ୟାରେ ପ୍ରତ୍ୟେକ କେନ୍ଦ୍ର ରେ ସାଂସ୍କୃତିକ କାର୍ଯ୍ୟକ୍ରମ ର ବ୍ୟବସ୍ଥା କରାଯାଇଛି ବୋଲି କହିଥିଲେ।କଳାକାର ମୁରଲୀଧର ବାରିକ,ତରଣୀସେନ ଧୁରୁଆ,କିଶୋର ବାରିକ,ଗୋକୁଳା ପ୍ରଧାନ, ଅର୍ଜୁନ ମେହେର ପ୍ରମୁଖ କଳାକାର ମାନେ ସଂଗୀତ ପରିବେଷଣ କରିଥିଲେ।ପରେ କଳାକାର ଦଳ କୁ ମାନପତ୍ର ଦେଇ ଶ୍ରୀ ସାମଲ ସମ୍ବର୍ଦ୍ଧିତ କରିଥିଲେ।

ପରେ ପରେ ଭୁବନେଶ୍ୱର ର ଶ୍ରୀ ସିରିଡି ସାଇ ଓଡିଶା ଟ୍ରଷ୍ଟ ପକ୍ଷରୁ ଜିତେନ୍ଦ୍ର ପରିଡାଙ୍କ ନେତୃତ୍ୱରେ ଭଜନ ପରିବେଷଣ କରାଯାଇଥିଲା। କାର୍ଯ୍ୟକ୍ରମରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଅତିରିକ୍ତ ନିର୍ଦେଶକ ସନ୍ତୋଷ କୁମାର ଦାସ,ଉପନିର୍ଦେଶକ ତଥା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।

ସମୀର ରଞ୍ଜନ ନାୟକ )

Leave a Reply

Your email address will not be published. Required fields are marked *

error: Content is protected !!