ଭୁବନେଶ୍ୱର : ପୂର୍ବ ବିଜେଡି ସରକାର ତାଙ୍କୁ ୨୦୧୮ ମସିହାରେ ନିଲମ୍ବନ କରିଥିଲେ। ସେହି ସମୟରେ ତାଙ୍କୁ ୪ ଥର ବଦଳି କରିବା ପରେ ଶେଷରେ ନିଲମ୍ବନ କରାଯାଇଥିଲା। ଏହା ପରେ ପୂର୍ବତନ ସରକାରଙ୍କୁ ଇଙ୍ଗିତ କରି ଓଏଏସ୍ ଅଫିସର ଦେବ ପ୍ରସାଦ ଦାଶ ଅଭିଯୋଗ ଆଣିଥିଲେ।

ସୂଚନା ଅନୁସାରେ, ଓଏଏସ୍ ଅଫିସର ଦେବ ପ୍ରସାଦ ଦାଶ ୨୦୧୫ ମସିହାରେ ଚର୍ଚ୍ଚାକୁ ଆସିଥିଲେ। ବିଡିଏ ଏନଫୋର୍ସମେଣ୍ଟ ସ୍କ୍ୱାର୍ଡର ଅଧିକାରୀ ଥିବା ବେଳେ ୨୦୧୫ ମାର୍ଚ୍ଚ ୭ ତାରିଖରେ ସରକାରୀ ଜମିକୁ ଦାଖଲ କରି ତିଆରି ହୋଇଥିବା ପାଟଶାଣୀ ମଠକୁ ଭାଙ୍ଗିଥିଲେ। ମଠ ଭାଙ୍ଗିବାର ୭ ଦିନ ପରେ ନିଜ ପଦରୁ ହଟିଗଲେ ଦେବ। ଏପରିକି ବହୁ ସ୍ଥାନରେ ଜବରଦଖଲ ହଟାଇବା ପାଇଁ ଆଗେଇ ଆସିଥିବା ଏହି ଅଧିକାରୀଙ୍କୁ ୪ ବର୍ଷରେ ୬ ଥର ବଦଳି କରାଯାଇଥିଲା। କିଟ ଓ କିସ ଭଳି ୮୬ଟି ସଂସ୍ଥା କୁ ନୋଟିସ ଜାରି କରିଥିଲେ ।ପରେ ହଠାତ କୌଣସି କାରଣ ନ ଦର୍ଶାଇ ତାଙ୍କୁ ନିଲମ୍ବନ କରିଥିଲେ ନବୀନ ସରକାର।
ସରକାର ବଦଳିବା ପରେ ୬ ବର୍ଷ ପରେ OAS ଦେବ ପ୍ରସାଦ ଦାଶଙ୍କ ଉପରୁ ନିଲମ୍ବନ ଉଠାଇଲେ ମୋହନ ସରକାର । ଓଡ଼ିଶା ସରକାରଙ୍କ ସେବା ନିୟମ ଉଲ୍ଲଂଘନ ନ କରିବାକୁ ସର୍ତ୍ତ ଚିଠିରେ ଉଲ୍ଲେଖ କରାଯାଇଛି । ସେ ରାଜ୍ୟ ସରକାରଙ୍କ ଜଏଣ୍ଟ ସେକ୍ରେଟାରୀ ଭାବେ ଦାୟିତ୍ୱ ସଂଭାଳିବେ ।