ଡାମ୍ବୁଲା:ମହିଳା ଏସିଆ କପ୍ ରେ ଭାରତୀୟ ଦଳର ବିଜୟ ଅଭିଯାନ ଜାରି ରହିଛି। ଲିଗ୍ ରାଉଣ୍ଡରେ ଚମତ୍କାର ପ୍ରଦର୍ଶନ ପରେ ଟିମ୍ ଇଣ୍ଡିଆ ଏବେ ପ୍ରଥମ ସେମିଫାଇନାଲରେ ମଧ୍ଯ ଏକତରଫା ବିଜୟ ହାସଲ କରିଛି। ଡାମ୍ବୁଲାରେ ଖେଳାଯାଇଥିବା ସେମିଫାଇନାଲ୍ ମ୍ଯଚ ରେ ଟିମ୍ ଇଣ୍ଡିଆ ୧୦ ୱିକେଟରେ ବିଜୟୀ ହୋଇଥିଲା।
ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ୨୦ ଓଭରରେ ୮୦ ରନ୍ କରିଥିଲା। ଏହି ଲକ୍ଷ୍ଯ଼ ହାସଲ କରିବାରେ ଟିମ୍ ଇଣ୍ଡିଆକୁ କୌଣସି ଅସୁବିଧା ହୋଇନଥିଲା। ଓପନର୍ ଶେଫାଲି ବର୍ମା ଏବଂ ସ୍ମୃତି ମନ୍ଧାନା ଚମତ୍କାର ବ୍ୟାଟିଂ କରି ଲକ୍ଷ୍ଯକୁ ସହଜରେ ପିଛା କରିଥିଲେ। ସେମି ଫାଇନାଲରେ ସ୍ମୃତି ମନ୍ଧାନା ମାତ୍ର ୩୮ଟି ବଲରେ ଅର୍ଦ୍ଧଶତକ ହାସଲ କରିଥିଲେ।
ବୋଲରମାନେ ବିଜୟୀ ସ୍କ୍ରିପ୍ଟ ଲେଖିଥିଲେ।
ବୋଲରମାନେ ସେମିଫାଇନାଲରେ ଟିମ୍ ଇଣ୍ଡିଆର ବିଜୟର କାହାଣୀ ଲେଖିଥିଲେ। ରେଣୁକା ଠାକୁର ୪ ଓଭରରେ ମାତ୍ର ୧୦ ରନ୍ ଦେଇ ୩ଟି ୱିକେଟ୍ ନେଇଥିଲେ। ରାଧା ଯାଦବ ମଧ୍ଯ ୧୪ ରନ୍ ଦେଇ ୩ଟି ୱିକେଟ୍ ନେଇଥିଲେ। ଏହି ଶକ୍ତିଶାଳୀ ବୋଲିଂ ସାହାଯ୍ଯରେ ବାଂଲାଦେଶ ୨୦ ଓଭରରେ ମାତ୍ର ୮୦ ରନ୍ କରିପାରିଥିଲା। ଏହାପରେ ଶେଫାଲି ବର୍ମା ଏବଂ ସ୍ମୃତି ମନ୍ଧାନା ନିଜର ଚମତ୍କାର ପ୍ରଦର୍ଶନ ଜାରି ରଖି ବାଂଲାଦେଶୀ ବୋଲର ମାନଙ୍କୁ ପରାସ୍ତ କରିଥିଲେ। ଏହି ଯୋଡ଼ି ସତର୍କତାର ସହ ଖେଳି ୪୩ ବଲରେ ଅର୍ଦ୍ଧଶତକ ଭାଗିଦାରୀ କରିଥିଲେ ଏବଂ ଟିମ୍ ଇଣ୍ଡିଆର ସ୍କୋରକୁ ୧୦ ଓଭରରେ ୭୦ ରନରେ ପହଞ୍ଚାଇଥିଲେ।ତେଣୁ ଟିମ୍ ଇଣ୍ଡିଆ ବିଜୟ ହାସଲ କରିବାରେ କୌଣସି ଅସୁବିଧାର ସମ୍ମୁଖୀନ ହୋଇନଥିଲା।
ଏସିଆ କପ୍ ରେ ଭାରତର ଆଧିପତ୍ଯ
ସର୍ବଦା ଏସିଆ କପ୍ ରେ ଭାରତୀୟ ଦଳର ଆଧିପତ୍ଯ ରହିଛି। ୨୦୦୪ ମସିହାରୁ ଆରମ୍ଭ କରି ଟିମ୍ ଇଣ୍ଡିଆ ଏହି ଟୁର୍ଣ୍ଣାମେଣ୍ଟରେ ପ୍ରତ୍ଯକ ଥର ଫାଇନାଲରେ ପ୍ରବେଶ କରିଛି। ଭାରତୀଯ଼ ଦଳ ୭ ଥର ଏସିଆ କପ୍ ଜିତିଛି।