ଓଡ଼ିଶା ପାଇଁ ଦ୍ୱିଗୁଣିତ ନିରାଶାଜନକ ବଜେଟ୍-ନବୀନ ପଟ୍ଟନାୟକ

ଭୁବନେଶ୍ୱର : ବିରୋଧୀ ଦଳ ନେତା ତଥା ବିଜେଡ଼ି ଅଧ୍ଯକ୍ଷ ନବୀନ ପଟ୍ଟନାଯ଼କ କହିଛନ୍ତି, ଡବଲ ଇଞ୍ଜିନ୍ ସରକାର ରାଜ୍ଯ ପାଇଁ ଦ୍ୱିଗୁଣିତ ନିରାଶା ଆଣିଥିବା ପ୍ରମାଣିତ ହୋଇଛି।

ଗୁରୁବାର ଦିନ ବିଧାନସଭାରେ ମୁଖ୍ଯମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ଉପସ୍ଥାପିତ ୨୦୨୪-୨୫ ବଜେଟ ଉପରେ ପ୍ରତିକ୍ରିୟା ଦେଇ ସେ କହିଛନ୍ତି, “ମୁଁ ଲକ୍ଷ୍ଯ କଲି ଯେ ସେମାନେ ମୋ ସରକାରଙ୍କ ୪୦ ରୁ ଅଧିକ ଯୋଜନାର ନାମ ପରିବର୍ତ୍ତନ କରିଛନ୍ତି। ମୁଁ ରାଜ୍ଯ ବଜେଟକୁ ବିସ୍ତୃତ ଭାବେ ଅନୁଧ୍ୟାନ କରିବି ଏବଂ ତା ପରେ ଏହା ଉପରେ ମୋର ମତାମତ ଦେବି। ବଜେଟ୍ ରେ ଓଡ଼ିଶା ପାଇଁ କିଛି ନାହିଁ ବୋଲି ସେ କହିଥିଲେ।

କେନ୍ଦ୍ର ବଜେଟରେ ଓଡ଼ିଶାକୁ ଅଣଦେଖା କରିଥିବାରୁ ନବୀନ ପୂର୍ବରୁ କେନ୍ଦ୍ରକୁ ସମାଲୋଚନା କରିଥିଲେ। ସେ ଅଭିଯୋଗ କରିଛନ୍ତି ଯେ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର ଆନ୍ଧ୍ରପ୍ରଦେଶ ଏବଂ ବିହାରକୁ କୋଟି କୋଟି ଟଙ୍କା ଆବଣ୍ଟନ କରିବା ସମୟରେ ଓଡ଼ିଶାର ସ୍ୱତନ୍ତ୍ର ପାହ୍ୟା ରାଜ୍ଯ ମାନ୍ଯତା ଦାବିକୁ ଅଣଦେଖା କରୁଛନ୍ତି।

Leave a Reply

Your email address will not be published. Required fields are marked *

Powered by Joinchat