ଓଡ଼ିଶାର ଯ଼ୁନିଫର୍ମ ସେବାରେ ଅଗ୍ନିବୀରଙ୍କୁ ସଂରକ୍ଷଣ ଓ ପାଞ୍ଚ ବର୍ଷ ବୟସ ରିହାତି ମଧ୍ଯ ଦିଆଯିବ।

ଭୁବନେଶ୍ୱର :ଓଡ଼ିଶାର ୟୁନିଫର୍ମଯୁକ୍ତ ସେବାରେ ଅଗ୍ନିବୀର ମାନଙ୍କ ପାଇଁ ସଂରକ୍ଷଣ ରହିବ ଏବଂ ସେମାନଙ୍କୁ ପାଞ୍ଚ ବର୍ଷ ବୟସ ରିହାତି ମଧ୍ଯ ଦିଆଯିବ। ମୁଖ୍ଯମନ୍ତ୍ରୀ ମୋହନ ଚରଣ ମାଝୀ ଅଗ୍ନିବୀରମାନଙ୍କ ପାଇଁ ଏହି ସଂରକ୍ଷଣ ଘୋଷଣା କରିଛନ୍ତି ।

ଭୁବନେଶ୍ୱରରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି ମୁଖ୍ଯମନ୍ତ୍ରୀ ଅଗ୍ନିବୀରଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ଘୋଷଣା କରିଥିଲେ। ଏହାବ୍ଯତୀତ, ମୁଖ୍ଯମନ୍ତ୍ରୀ ଅଗ୍ନିବୀରଙ୍କ ପାଇଁ ବୟସ ରିହାତି ମଧ୍ଯ ଘୋଷଣା କରିଥିଲେ। ଘୋଷିତ ବୟସରେ ରିହାତି ହେଉଛି ୫ ବର୍ଷ।

ସେ କହିଥିଲେ ଯେ ଅଗ୍ନିବୀର ଯୋଜନା ପ୍ରଧାନମନ୍ତ୍ରୀଙ୍କ ଏକ ଐତିହାସିକ ଯୋଜନା। ଏହି ଯୋଜନା ଦେଶର ଯୁବକମାନଙ୍କୁ ସକ୍ଷମ, ଉତ୍ସାହିତ ଏବଂ ଯୋଗ୍ଯ କରିଛି। ଜୀବନର ସମସ୍ତ କ୍ଷେତ୍ରରେ ଆହ୍ୱାନକୁ ଗ୍ରହଣ କରିପାରୁଥିବା ଯୁବକମାନଙ୍କୁ ସୃଷ୍ଟି କରିବାରେ ଏହି ଯୋଜନା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ।

ତେଣୁ ରାଜ୍ଯ ସରକାର ତାଙ୍କୁ ଓଡ଼ିଶାର ଯ଼ୁନିଫର୍ମ ସେବାରେ ନେବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ସେ କହିଛନ୍ତି। ମୁଁ ଏତଦ୍ବାରା ଘୋଷଣା କରୁଛି ଯେ ରାଜ୍ଯର ସମସ୍ତ ଯ଼ୁନିଫର୍ମଯୁକ୍ତ ସେବାରେ ନିଯୁକ୍ତି ପାଇଁ ଓଡ଼ିଶାର ଅଗ୍ନିବୀର ମାନଙ୍କୁ ୧୦ ପ୍ରତିଶତ ସଂରକ୍ଷଣ ଦିଆଯିବ। ସେମାନଙ୍କ ପାଇଁ ବଯ଼ସ ସୀମାକୁ ମଧ୍ଯ ୫ ବର୍ଷ ପାଇଁ କୋହଳ କରାଯିବ।

Leave a Reply

Your email address will not be published. Required fields are marked *

error: Content is protected !!