ତାଳବଣିଆ ଉନ୍ନୟନ ପରିଷଦ ଦ୍ୱାରା ତାଳ ଚାରା ରୋପଣ

ପୁରୀ (ରିପୋର୍ଟ-ସମୀର ରଞ୍ଜନ ନାୟକ ) : ଆଜି ତାଳବଣିଆ ଉନ୍ନୟନ ପରିଷଦ, ପୁରୀ ତରଫରୁ ତାଳବଣିଆ ଠାରେ ତାଳ ବୃକ୍ଷ ଚାରା ରୋପଣ କରାଯାଇଅଛି l ଏହି ବୃକ୍ଷରୋପଣ କାର୍ଯ୍ୟରେ ମାନ୍ୟବର ପୁରୀ ସାଂସଦ ତଥା ଭାଜପା ରାଷ୍ଟ୍ରୀୟ ପ୍ରବକ୍ତା ଡ୍ର ସମ୍ବିତ ପାତ୍ର ଓ ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ଜୟନ୍ତ କୁମାର ଷଢଙ୍ଗୀ ସାମିଲ ହୋଇ ତାଳ ଚାରା ରୋପଣ କରିଥିଲେ l ପୁରୀ ସହର ଅନ୍ତର୍ଗତ ତାଳବଣିଆ ରେ ଆଜି ପ୍ରାୟ ତାଳ ଗଛ ସବୁ ଲୋପ ପାଇଯାଇଥିବାରୁ ସଂଗଠନ ତରଫରୁ କରାଯାଉଥିବା କାର୍ଯ୍ୟ କୁ ମାନନୀୟ ସାଂସଦ ପ୍ରଶଂସା କରିବା ସହିତ ସରକାର ଙ୍କୁ ଏହି ବିଷୟରେ ଅବଗତକରିବା ନିମନ୍ତେ କହିଥିଲେ l ପରିବେଶ ସୁରକ୍ଷା ଓ ବିଜୁଳି ଘଡଘଡି ରୁ ରକ୍ଷା ନିମନ୍ତେ ତାଳ ଗଛ ର ଆବଶ୍ୟକତା ଅଟେ ବୋଲି ପୂର୍ବତନ ବିଧାୟକ ମତ ରଖିଥିଲେ l

ସଂଗଠନର କାର୍ଯ୍ୟକାରୀ ସଭାପତି ଶ୍ରୀ ରାଜେଶ କୁମାର ନନ୍ଦ, ଆବାହକ ଶ୍ରୀ ଶିବ ପ୍ରସାଦ ମହାନ୍ତି, ସାଧାରଣ ସମ୍ପାଦକ ଶ୍ରୀ ସୁଜିତ ପଟ୍ଟନାୟକ, ଶ୍ରୀ ଦୀପ୍ତି ରଞ୍ଜନ ବାରିକ, ଶ୍ରୀମତୀ ତନୁଜା ମହାନ୍ତି, ଶ୍ରୀ ରବିନାରାୟଣ ଦାସ, ଶ୍ରୀ ସିପୁନ ମହାନ୍ତି, ଶ୍ରୀ ସଚିତାନନ୍ଦ ରଥ, ଶ୍ରୀ ଜ୍ୟୋତି ରଞ୍ଜନ ନାୟକ, ଶ୍ରୀ ବିଷ୍ଣୁ ଚରଣ ସ୍ୱାଇଁ, ଶ୍ରୀ ହାଡିବନ୍ଧୁ ରେଡ୍ଡୀ, ଶ୍ରୀ ସଞ୍ଜୟ ଦାସ, ଶ୍ରୀ ପ୍ରଦୀପ ଚିନାରା, ଶ୍ରୀ ବିଶୁ ରେଡ୍ଡୀ, ଶ୍ରୀ କ୍ରିଷ୍ଣା ରେଡ୍ଡୀ , ଶ୍ରୀ ଶଶିକାନ୍ତ ପରିଡା ଙ୍କ ସହିତ ସମସ୍ତ ସଦସ୍ୟ ଯୋଗଦେଇ ବୃକ୍ଷ ରୋପଣ କରିଥିଲେ l ପ୍ରତି ରବିବାର ଦିନ ତାଳ ଚାରା ରୋପଣ ରୋପଣ କରାଯିବା ସହିତ ଆଜି ପ୍ରାୟ ଏକ ଶହ ଚାରା ରୋପଣ କରାଯିବ ବୋଲି ରାଜେଶ କୁମାର ନନ୍ଦ କହିଥିଲେ l

Leave a Reply

Your email address will not be published. Required fields are marked *

Powered by Joinchat