ଚାଷୀ ମୁହଁରେ ଖୁସିର ଲହରୀ

ପୁରୀ(ରିପୋର୍ଟ-ସମୀର ରଞ୍ଜନ ନାୟକ ) : ଗତବର୍ଷ ତୁଳନା ରେ ଚଳିତ ବର୍ଷ ଖରୀଫ ଚାଷ ଆବଶ୍ୟକ ବର୍ଷା ନହେବାରୁ ଚାଷୀମାନେ ଚିନ୍ତାରେ ପଡ଼ିଥିଲେ l ରୁଆ ବେଉସଣ ବାଧାପ୍ରାପ୍ତ ହୋଇଥିଲା l ତେବେ ଗତ ୧୪ ତାରିଖ ରୁ ଲଗାଣ ବର୍ଷା ଯୋଗୁଁ ପୁରୀ ଜିଲ୍ଲା କଣାସ, ସାକ୍ଷୀ ଗୋପାଳପୁର ଚାଷୀ ମାନେ ବିଲ କାମ ଆରମ୍ଭ କରିଛନ୍ତି ଏବଂ ସେ ମାନଙ୍କ ମନରେ ଖୁସିର ଲହର ଦେଖିବାକୁ ମିଳିଛି। ସେମାନେ ବିଲରେ ବଛା ଓ ରୁଆ କାମ ଆରମ୍ଭ କରିଛନ୍ତି l ଶୁଖିଲା ପଡ଼ିଥିବା ନଈ, କେନାଲ ଗୁଡିକରେ ଏବେ ଭରପୁର ପାଣି ରହିଛି।

Leave a Reply

Your email address will not be published. Required fields are marked *

error: Content is protected !!