ରୋଟାରୀ କ୍ଲବ ଅଫ ଶ୍ରୀ ଜଗନ୍ନାଥ ଧାମ, ପୁରୀ ର ୨୪ତମ ଅଧିଷ୍ଠାନ ଉତ୍ସବ ପାଳିତ

ପୁରୀ (ରିପୋର୍ଟ – ସମୀର ରଞ୍ଜନ ନାୟକ) : ରୋଟାରୀ କ୍ଲବ ଅଫ ଶ୍ରୀ ଜଗନ୍ନାଥ ଧାମ, ପୁରୀ ର ୨୪ତମ ଅଧିଷ୍ଠାନ ଉତ୍ସବ ତା ୨୮ / ୭/୨୪ ରବିବାର ଦିନ ସଂନ୍ଧ୍ଯା ସମୟରେ ହୋଟେଲ ହଲିଡେ ରିସର୍ଟ ରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବ ରେ ରୋଟରୀ ଜିଲ୍ଲା ୩୨୬୨ ର ଆସନ୍ତା ୨୦୨୬-୨୭ ମସିହାର ପ୍ରାନ୍ତପାଳ ଅନିଲ କୁମାର ସାମଲ ମହୋଦୟ ମୁଖ୍ଯ ଅତିଥି ଭାବେ ଯୋଗ ଦେଇଇ ସମାଜ ଗଠନରେ ରୋଟାରୀଆନ ମାନଙ୍କ ସହଯୋଗ ଓ ଭୂମିକା ବିଷୟରେ ଆଲୋକପାତ କରିଥିଲେ। ନିଜ ଜୀବନରେ ଓ କାର୍ଯ୍ୟରେ ରୋଟାରୀ କ୍ଲବର ସକାରାତ୍ମକ ପ୍ରଭାବ ବିଷୟରେ କହିଥିଲେ। ତାଙ୍କ ପତ୍ନୀ ସୁବ୍ରତା ସାମଲ ନିମନ୍ତ୍ରିତ ଅତିଥି ଭାବେ ଯୋଗଦାନ କରି ଥିଲେ।

ଉପ ପ୍ରାନ୍ତପାଳ ଧବଳେଶ ମହାପାତ୍ର ମୁଖ୍ଯବକ୍ତା ଭାବେ କ୍ଲବ ର କର୍ମକର୍ତ୍ତାଙ୍କୁ ଉତ୍ସାହିତ କରିଥିଲେ। ସଭପତି ଦେବଦତ୍ତ ଷଡଙ୍ଗୀ ଓ ସମ୍ପାଦକ ପିତାମ୍ବର ମହାପାତ୍ର ସଭାରେ ୨୦୨୩ – ୨୪ ର ସେବାକାର୍ଯ୍ୟ ର ବିବରଣୀ ପ୍ରଦାନ କରିଥିଲେ।

ନୂତନ ସଭାପତି କୈଳାସ ଚନ୍ଦ୍ର ବେହେରା ଓ ସମ୍ପାଦିକା ସୁଷମା ମିଶ୍ରଙ୍କୁ ଦାୟିତ୍ବ ହସ୍ତାନ୍ତର କରି ସଭାପତି ଓ ସମ୍ପାଦକ ପୁଷ୍ପଗୁଚ୍ଛ ପ୍ରଦାନ କରି ଅଭିନନ୍ଦନ ଜଣାଇଥିଲେ। ନୂତନ ସଭାପତି ବେହେରା ଆଗାମୀ ଦିନରେ କ୍ଳବ୍ ତରଫରୁ ବିଭିନ୍ନ କାର୍ଯ୍ୟକ୍ରମର ଖସଡ଼ା ପ୍ରଦାନ କରିଥଲେ। ମୁଖ୍ୟ ଅତିଥି ଅନ୍ୟ କର୍ମକର୍ତ୍ତା ମାନଙ୍କୁ ପରିଚୟ କରାଇଥିଲେ।

ଏହି ସଭାରେ ରେ ପୂର୍ବତନ ପ୍ରାନ୍ତପାଳ ପ୍ରଭୁ ଦତ୍ତ ସୁବୁଦ୍ଧି ଓ ପୂର୍ବ ସଭାପତି ରାଜ କିଶୋର ପାତ୍ର ଉପସ୍ଥିତ ଥିଲେ। ରୋଟାରୀଆନ ମନୋଜ କୁମାର ପାଣିଗ୍ରାହୀ ସଭାକାର୍ଯ୍ୟ ର ସୁପରିଚାଳନା କରିଥିଲେ। ଏଥିରେ ରୋଟାରୀ କ୍ଲବ ଅଫ ଶ୍ରୀ ଜଗନ୍ନାଥ ଧାମ ର ସଦସ୍ଯ ସଦସ୍ଯା ଇନର ହୁଇଲ କ୍ଲବ ର ସଦସ୍ଯାମାନେ ବହୁସଂଖ୍ଯା ରେ ଯୋଗଦାନ କରି ସଭାକୁ ସାଫଲ୍ଯ ମଣ୍ଡିତ କରିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!