ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ।

ସୁବର୍ଣ୍ଣପୁର (ରିପୋର୍ଟ-ଚୈତନ୍ୟ ଭୁକ୍ତା) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମୟବର୍ହ।ଠାରେ ସପ୍ତାହ ବ୍ୟାପି ଅନୁଷ୍ଠିତ ହେଉଥିବା ଶିକ୍ଷା ସପ୍ତାହ ପାଳନ ଅବସରରେ ଷଷ୍ଠ ଦିବସରେ ,”ମା ପାଇଁ ଗଛ ଟିଏ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାଶିକ୍ଷକ ରବିଚନ୍ଦ୍ର ପଶାୟତ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ସଭାରେ କନ୍ଦାଗାଡ ଉଚ୍ଚ ବିଦ୍ୟାଳୟର ଇଂରାଜୀ ଶିକ୍ଷକ ସମ୍ପଦ ଖମାରୀ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ସରକାରଙ୍କ ସବୁଜ ପୃଥିବୀ ସୁନ୍ଦର ପୃଥିବୀ ପରିକଳ୍ପନା କାର୍ଯ୍ୟକାରୀ ପାଇଁ ଗଛ ଲଗେଇବା ପାଇଁ ମା ମାନଙ୍କ ଭୂମିକା ବିଷୟରେ ନିଜ ବକ୍ତବ୍ୟ ରଖିଥିଲେ ।

ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ମନୋଜ କୁମାର ପୁଝାରୀ ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ବୃକ୍ଷ ରୋପଣ ର ମହତ୍ତ୍ଵ ବିଷୟରେ ଧାରଣା ପ୍ରଦାନ କରିଥିଲେ। ସଭାର ପ୍ରାରମ୍ଭରେ ଜନନିକ। ନାୟକ ଗାଇଥିବା “ଆମେ ପଢ଼ିବୁ ଆମେ ଗଢ଼ିବୁ ” ଗୀତକୁ ସମସ୍ତେ ଏକସ୍ୱରରେ ଗାଇ ପରିବେଶକୁ ସଙ୍ଗିତମୟ କରିଥିଲେ। ଛାତ୍ରୀ ଅର୍ଚ୍ଚିତା ପ୍ରଧାନ ନିଜ ବକ୍ତବ୍ୟରେ ନିଜ ଜନ୍ମଦିନରେ ଅତିକମରେ ଗୋଟିଏ ଗଛ ଲଗେଇବା ପାଇଁ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ଅନୁଷ୍ଠିତ ଚିତ୍ରାଙ୍କନ ପ୍ରତିଯୋଗିତାରେ ସଫଳ ହୋଇଥିବା ପ୍ରତିଯୋଗୀମାନଙ୍କୁ ଅତିଥିବୃନ୍ଦ ପୁରସ୍କୃତ କରିଥିଲେ। ପ୍ରୀତି ଖର୍ସେଲଙ୍କଦ୍ଵାରା ପରିବେଷଣ କରିଥିବା ମାଆଙ୍କ ସଙ୍ଗୀତ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲା।

ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଦୀନବନ୍ଧୁ ପ୍ରଧାନ କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିବା ବେଳେ ଛାତ୍ରୀ ଲିପ୍ସା ଯୁଆଡି ଧନ୍ୟବାଦ୍ ଅର୍ପଣ କରିଥିଲେ। ଗତକାଲି ଇହଧାମ ତ୍ୟାଗ କରିଥିବା ବିଦ୍ୟାଳୟର ପୁର୍ବତନ ଛାତ୍ରୀ ସ୍ବର୍ଗତ ଜୟଶ୍ରୀ ଷ।ଣ୍ଢଙ୍କ ଉଦ୍ଦେଶ୍ୟ ରେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା ।ସଭା ପରେ ପରେ ସମସ୍ତ ଅତିଥିବୃନ୍ଦ ସହିତ ବିଦ୍ୟାଳୟର ଛାତ୍ ଛାତ୍ରୀ ଖେଳ ପଡିଆକୁ ଯାଇ ବୃକ୍ଷ ରୋପଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସଞ୍ଜୀବ, କିରଣ, ମିନକେତନ, ବିଭୀଷଣ, ସୁରଜ ଓ ସମୀର ସୋହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!