ସୁନ୍ଦର ରଂଗାରଂଗ କାର୍ଯ୍ୟକ୍ରମ ଆୟୋଜିତ

ପୁରୀ (ରିପୋର୍ଟ-ସମୀର ରଞ୍ଜନ ନାୟକ) : ଆଜି ଅଖିଳ ଭାରତୀୟ ମାରଓ୍ବାଡି ମହିଳା ସମିତି ପୁରୀ ଶାଖା ତରଫରୁ ଏକ ସୁନ୍ଦର ରଂଗାରଂଗ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। *ଶ୍ରାବଣ ମେଳା* ଏକ ଦୋଳି ପର୍ବ ଏଥିରେ ସୁନ୍ଦର ସୁନ୍ଦର ପକଓ୍ବାନ ତିଆରି କରାଯାଇଥାଏ, ମେହେନ୍ଦି ଲଗାଯାଏ ଏବଂ ନୃତ୍ୟ ଗୀତ ର ଆସର ଜମିଥାଏ।

ଖୁବସାରା ସପିଂ ପାଇଁ ମେଳା ଅନୁଷ୍ଠିତ ହୋଇଥାଏ।ଅଧ୍ୟକ୍ଷା ଶ୍ରୀମତୀ ସରିତା ଚନ୍ଦୁକା ଙ୍କ ଅଧ୍ୟକ୍ଷତାରେ ଚନ୍ଦୁକା ପ୍ୟାଲେସ ଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି, ଏବଂ ସଚିବ ଉମା ଅଗ୍ରଓ୍ବାଲ, କୋଷାଧ୍ୟକ୍ଷା ଲତା ପଟଓ୍ବାରି, ପୁର୍ବତନ ଅଧ୍ୟକ୍ଷା ଉର୍ମିଲା ଅଗ୍ରଓ୍ବାଲ, ରାଧା ପଟଓ୍ବାରି ଏବଂ ରେଣୁ ଚନ୍ଦୁକା ଆଦି ସମସ୍ତ ସଖିଙ୍କ ସହଯୋଗରେ ଆଜି ର କାର୍ଯ୍ୟକ୍ରମ ସଫଳ ରୂପାୟନ ନେଇଅଛି।

Leave a Reply

Your email address will not be published. Required fields are marked *

Powered by Joinchat