ସୋନପୁର(ରିପୋର୍ଟ-ଚୈତନ୍ୟ ଭୁକ୍ତା) : ପତଞ୍ଜଳି ଯୋଗ ସମିତି ସୁବର୍ଣ୍ଣପୁର ଶାଖା ପକ୍ଷରୁ ଆଜି ସ୍ଥାନୀୟ ଲଲୁ ପଡ଼ିଆ ଠାରେ ଆଚାର୍ଯ୍ୟ ବାଳକୃଷ୍ଣ ଙ୍କ ଜନ୍ମ ଦିବସ ଓ ଜଡିବୁଟି ଦିବସ ପାଳିତ ହୋଇ ଯାଇଛି l ପ୍ରତି ଘରେ ଘରେ ଆୟୁର୍ବେଦ ଓ ପରିବେଶ ସୁରକ୍ଷା ର ପ୍ରଚାର ପ୍ରସାର କରିବା ଲକ୍ଷ୍ୟ ନେଇ ଆଜି ପତଞ୍ଜଲି ଯୋଗ ସମିତି ସୁବର୍ଣ୍ଣପୁର ଅନୁକୁଲ୍ୟ ରେ ସ୍ବଚ୍ଛ ଭାରତ ସଙ୍ଗଠନ , ପୌର ପରିଷଦ ଓ ବନ ବିଭାଗ ର ମିଳିତ ସହଯୋଗ ରେ ପାଳିତ ଏହି ଦିବସ ରେ ସାମୁହିକ ବୃକ୍ଷ ରୋପଣ କରାଯାଇଛି l ମୁଖ୍ୟ ଅତିଥି ଭାବରେ ପୌର ପରିଷଦ କାର୍ଯ୍ଯ ନିର୍ବାହୀ ଅଧିକାରୀ ଇଂ ମନୋରଂଜନ ପଣ୍ଡା ଯୋଗ ଦେଇ ଗ୍ଲୋବାଲ ୱାର୍ମିଂ ଓ ପ୍ରାକୃତିକ ବିପର୍ଯ୍ୟୟ ରୁ ଆମକୁ ଓ ପୃଥିବୀ ରକ୍ଷା କରିବାକୁ ହେଲେ କେବଳ ବୃକ୍ଷ ରୋପଣ ଓ ତାରି ଯତ୍ନ ହିଁ ଏକ ମାତ୍ର ମାଧ୍ୟମ ବୋଲି ମତ ଦେଇଥିଲେ l
ସମ୍ମାନିତ ଅତିଥି ଭାବରେ ପୌର ପରିଷଦ ଅଧ୍ୟକ୍ଷା ତାମସୀ ତାମସ୍ମିତା ନାଏକ, ସୋନପୁର ଫରେଷ୍ଟର ଭକ୍ତ ବନ୍ଧୁ ମିଶ୍ର, ସମାଜସେଵୀ ଶ୍ରୀବତ୍ସ ମଲ୍ଲିକ, ପ୍ରାକ୍ତନ ପୌର ଅଧକ୍ଷ ପ୍ରକାଶ ସାହୁ, ସ୍ବଚ୍ଛ ଭାରତ ସଙ୍ଗଠନ ସଭାପତି ସାୟଦ୍ ଅଲି ମୂଲ ଇସଲାମ ଯୋଗ ଦେଇ ମା ପାଇଁ ଗଛ ଟିଏ କାର୍ଯ୍ଯ କ୍ରମ କୁ ପ୍ରଶଂସା କରି ସମସ୍ତ ପରିବେଶ ପ୍ରେମୀ ଙ୍କୁ ଉତ୍ସାହିତ କରିଥଲେ l ଜିଲ୍ଲା ଭାରତ ସ୍ବାଭିମାନ ପ୍ରଭାରୀ ର ପ୍ରଶିକ୍ଷକ ମନୋଜ୍ ପଣ୍ଡା ସଭା କୁ ସଂଯୋଜନା କରିଥିବା ବେଳେ ଯୋଗ ସମିତି ସଭାପତି ଗୋପାଳ ନେଗୀ ଧନ୍ୟବାଦ୍ ଅର୍ପଣ କରିଥିଲେ l ସ୍ବଚ୍ଛ ଭାରତ କୋଡି ନେଟର ମନୋରଞ୍ଜନ ତ୍ରୀପାଠୀ ଓ ଯୋଗ ସମିତି ର ବରିଷ୍ଠ ସଦସ୍ୟ ରବୀନ୍ଦ୍ର ଜେନା ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱl ବଧାନ ରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମ ରେ ଶ୍ରୀମତୀ ଇନ୍ଦୁ ମତି ପୁରୋହିତ , ସବିତା ପଟ୍ଟନାୟକ , ମଞ୍ଜୁଶ୍ରୀ ଭୂୟାଁ, ରୁଚିକା ମାଝୀ, ମଞ୍ଜୁ ଲତା ଗୌଡ ଅତିଥି ଙ୍କୁ ପୁଷ୍ପ ଗୁଚ୍ଛ ପ୍ରଦାନ କରି ସ୍ଵାଗତ କରିଥିଲେ l
ଯୋଗ ସମିତି ର ଉମେଶ ସାହୁ, ସିଦ୍ଧାର୍ଥ ସାହୁ, ଧିରେନ ଦାଶ, ଅନିଲ ଅଗ୍ରୱାଲ, ନିତ୍ୟାନନ୍ଦ ସାହୁ, ରାଜ କୁମାର କର୍ମୀ ସମେତ ଅନ୍ୟାନ୍ୟ ସାମାଜିକ ସଙ୍ଗଠନ ର 50 ରୁ ଊର୍ଦ୍ଧ୍ବ ସଦସ୍ୟ ଏଥିରେ ଯୋଗ ଦେଇ ଏକ ପେଡ୍ ମା କି ନାମ ଏକ ପେଡ ଦେଶ କି ନାମ ସ୍ଲୋଗାନ ଦେଇ ବୃକ୍ଷ ସବୁ ର ଯତ୍ନ ପାଇଁ ସଂକଳ୍ପ ନେଇଥିଲେ ।