ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ନିଷ୍ପତି ରାଜ୍ୟରେ ଆଉ ନୂଆ ମଦ ଦୋକାନ ଖୋଲିବ ନାହିଁ । ଗୁରୁବାର ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏହି ବଡ଼ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ରାଜ୍ୟରେ ଆଉ ନୂଆ ମଦ ଦୋକାନ ନ ଖୋଲିବାକୁ ରାଜ୍ୟ ସରକାର ନୀତିଗତ ନିଷ୍ପତ୍ତି ନେଇଛନ୍ତି । ଚୋରା ମଦ ବିକ୍ରି ଚାଲାଣ ବନ୍ଦ କରାଯିବାକୁ ପଦକ୍ଷେପ ଗ୍ରହଣ କରାଯାଉଛି । ଯେଉଁ ମଦନୀତି ଥିଲା ତାହାକୁ ସାବଲୀଳ କରାଯିବ ।
ନିୟମରେ ଆମୂଳଚୂଳ ପରିବର୍ତ୍ତନ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ଅନ୍ୟପଟେ ଆସନ୍ତା ବର୍ଷ ଯେଉଁ ନୂଆ ଅବକାରୀ ନୀତି ହେବ, ସେଥିରେ ଓଡିଶାରୁ ଚୋରାମଦ ବିକ୍ରି ବନ୍ଦ କରିବାକୁ ନିଷ୍ପତି ନିଆଯିବ ବୋଲି ଶ୍ରୀ ହରିଚନ୍ଦନ କହିଥିଲେ ।