ଖୋର୍ଦ୍ଧାର ୧୯ଟି ଖଣି ଲିଜଧାରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ (ରିପୋର୍ଟ- ସମୀର ରଞ୍ଜନ ନାୟକ) : ଖଣି ଲିଜଧାରୀଙ୍କୁ ସୋ କଜ୍ ନୋଟିସ । ଖୋର୍ଦ୍ଧାର ୧୯ଟି ଖଣି ଲିଜଧାରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ୧୭ଟି ନିର୍ମାଣ ପଥର ଖଣି, ୨ ଗୋଟି ମାଙ୍କଡ଼ା ପଥର ଖଣି ଧାର୍ଯ୍ୟ ଅନୁମୋଦିତ ପରିମାଣଠୁ କରିଛନ୍ତି ଅଧିକ ଉତ୍ତୋଳନ । ସାତଦିନ ମଧ୍ୟରେ ଜରିମାନା ମୂଲ୍ୟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।ରୟାଲଟି,ଅନୁସଙ୍ଗିକ ଦେୟ, ଅଧିକ ଉତ୍ତୋଳନ ପାଇଁ ଜରିମାନା ଦେବାକୁ ପଡ଼ିବ । ନୋଟିସର ଉତ୍ତର ପାଇବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତିଖଣି ଖଜଣା ଦେଉନଥିଲେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ ।

ମହାପ୍ରଭୁଙ୍କ ଖଣିରୁ ୨୧ କୋଟି ଲୁଟ ପ୍ରସଙ୍ଗରେ ଆଜି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ପୂର୍ବ ସରକାର ମହାପ୍ରଭୁଙ୍କ ସମ୍ପତି ଚିନ୍ତା କରିନାହାନ୍ତି । ୨୦୦୩ର ୟୁନିଫର୍ମ ପଲିସି ଆଧାରରେ ପ୍ରକ୍ରିୟା ଆଗକୁ ବଢ଼ିବ । ମହାପ୍ରଭୁଙ୍କ ୫୮ ହଜାର ଏକର ଭୂସମ୍ପତ୍ତି ଅଛି । ୩୭ ହଜାର ଏକର ସମ୍ପତ୍ତିର କାଗଜ ଓ ତଥ୍ୟ ଅଛି । ସେ ଆହୁରି କହିଛନ୍ତି, ଖୋର୍ଦ୍ଧାର ସମସ୍ତ ଖଣି ଖାଦାନ ମହାପ୍ରଭୁଙ୍କ ସମ୍ପତ୍ତି । ଜବରଦଖଲ କରିଥିବା ଉପଭୋଗକାରୀ ଚିହ୍ନଟ ହେବେ । ଖଣି ଖଜଣା ଦେଉନଥିଲେ ଦଣ୍ତ ବିଧାନ ହେବ ।

Leave a Reply

Your email address will not be published. Required fields are marked *

error: Content is protected !!