ପୁରୀ (ରିପୋର୍ଟ-ସମୀର ରଞ୍ଜନ ନାୟକ) : ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଥିବା ଖବର ଆମର ହସ୍ତଗତ ହୋଇଛି ମିଳିଥିବା ଖବର ଅନୁଯାଇl ଟାଉନ ଥାନା ଅନ୍ତର୍ଗତ ହାଡଗୋଡିଆ ସାହିରେ କିଛି ଯୁବକଙ୍କ ଆକ୍ରମଣରେ ଜଣେ ଯୁବକଙ୍କ ମୃତ ଘଟିଛି। ମୃତ୍ଯୁ ବରଣ କରିଥିବା ଯୁବକ ଜଣଙ୍କ ହାଡଗୋଡିଆ ସାହିର ଦିନେଶ କୁମାର ଖୁଣ୍ଟିଆ। ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସୂଚନା ମିଳିଛି। ଦିନେଶଙ୍କ ସମ୍ପକୀୟଙ୍କ କହିବା ଅନୁଯାୟୀ ଦିନେଶ ଘରେ ଥିଲେ। ତେବେ ୫ ଜଣ ଯୁବକ ତାଙ୍କୁ ବାହାରକୁ ଡାକିଥିଲେ। ଦିନେଶ ବାହାରକୁ ଯିବାପରେ ସମ୍ପୃକ ଯୁବକ ମାନେ ତାଙ୍କୁ ଏକ ଧାରୁଆ ଲୁହା ଅସ୍ତ୍ରରେ ଆକ୍ରମଣ କରିଥିଲେ।
ଆକ୍ରମଣରେ ଦିନେଶଙ୍କ ବାମପଟ ବେକରେ ଗଭୀର ଆଘାତ ଲାଗିଥିଲା। ଦିନେଶ ସେଠାରେ ଆହାତ ହୋଇ ପଡିଥିବା ବେଳେ ଅଭିଯୁକ୍ତ ମାନେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ ବୋଲି ଜଣାପଡିଛି । ତେବେ ଡାକ୍ତର ଦିନେଶକୁ ମୃତ ଘୋଷଣା କରିଥିବା ବେଳେ ଟାଉନଥାନା ପୋଲସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।ପୂର୍ବ ଶତ୍ରୁତାକୁ ନେଇ ହତ୍ୟାକାଣ୍ଡ ହୋଇଥିବା ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି।
ପୁରୀ ସଦର ଡିଏସପି ନାରାୟଣ ଭଞ୍ଜ ମଧ୍ୟ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି । ଅପରପକ୍ଷରେ ଅଭିଯୁକ୍ତ ମାନଙ୍କୁ ଧରିବା ନିମନ୍ତେ ପୋଲିସ ପକ୍ଷରୁ ଟିମ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଥିଲ ୩ଜଣଙ୍କୁ ଅଟକ ରଖାଯାଇଛି। ସେଥିରେ ନାବାଳକ ରହିଛନ୍ତି ସହରରେ ଦିନକୁ ଦିନ ଅପରାଧିକ କାର୍ଯ୍ୟକଳାପ ବଢିବାରେ ଲାଗିଛି। ସହର ଅଶାନ୍ତ ହେବାରେ ଲାଗିଛ
