ଭୁବନେଶ୍ୱର : ରାଷ୍ଟ୍ରୀୟ ସ୍ୱଯ଼ଂସେବକ ସଂଘ (ଆରଏସ୍ଏସ୍) ମୁଖ୍ଯ ମୋହନ ଭାଗବତ ଗୁରୁବାର ଦିନ ଓଡ଼ିଶା ଗସ୍ତରେ ଆସିଛନ୍ତି। ଏହି ସମୟ ମଧ୍ଯରେ ସେ ଅନେକ ବୈଠକରେ ଯୋଗଦେବେ। ଅପରାହ୍ନ ୧ଟା ୨୦ ମିନିଟରେ ଭାଗବତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିଥିଲେ। ଏହାପରେ ସେ ସହରର ମଞ୍ଚେଶ୍ୱର ଅଞ୍ଚଳରେ ଥିବା ଉତ୍କଳ ଗରିବ ସହାୟତା ସମିତି କାର୍ଯ୍ୟାଳୟକୁ ଯାଇଥିଲେ, ଯେଉଁଠାରେ ସେ ଆଜି ରହିବେ। ଅଗଷ୍ଟ ୯ ତାରିଖରେ ସେ ଶ୍ରୀଜଗନ୍ନାଥ ଧାମ ପୁରୀ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି।
ସେଠାରେ ଶ୍ରୀ ଜଗନ୍ନାଥ ମନ୍ଦିରରେ ପୂଜା କରିବା ପରେ ସେ ଗୋବର୍ଦ୍ଧନ ପୀଠ ପରିଦର୍ଶନ କରିବେ ଏବଂ ପୁରୀ ଶଙ୍କରାଚାର୍ଯ୍ଯ ସ୍ୱାମୀ ନିଶ୍ଚଲାନନ୍ଦ ସରସ୍ୱତୀଙ୍କୁ ଭେଟିବେ। ଅଗଷ୍ଟ ୧୦ ଏବଂ ୧୧ ତାରିଖରେ ଆର.ଏସ୍.ଏସ୍. ମୁଖ୍ଯ ପୁରୀଠାରେ ସଙ୍ଗଠନର ଶୀର୍ଷସ୍ତରୀୟ ରାଷ୍ଟ୍ରୀୟ ପଦାଧିକାରୀମାନଙ୍କ ଏକ ବୈଠକରେ ଯୋଗଦେବେ। ବିଭିନ୍ନ କାର୍ଯ୍ଯକ୍ରମରେ ଯୋଗ ଦେଇ ସେ ଅଗଷ୍ଟ ୧୨ ତାରିଖରେ ଓଡ଼ିଶା ଛାଡ଼ିବେ ବୋଲି ଆର୍.ଏସ୍.ଏସ୍. ର ବରିଷ୍ଠ କାର୍ଯ୍ଯକର୍ତ୍ତା ସୁମନ୍ତ କୁମାର ପଣ୍ଡା କହିଛନ୍ତି। ଶ୍ରୀ ପଣ୍ଡା କହିଥିଲେ ଯେ ଓଡ଼ିଶା ଗସ୍ତ ସମୟରେ ଆର.ଏସ୍.ଏସ୍. ମୁଖ୍ଯଙ୍କର କୌଣସି ସାର୍ବଜନୀନ କାର୍ଯ୍ଯକ୍ରମ ନାହିଁ।