ପୁରୀ (ରିପୋର୍ଟ -ସମୀର ରଞ୍ଜନ ନାୟକ ) : ଚନ୍ଦନପୁର ଅନ୍ତର୍ଗତ ତଳଜଙ୍ଗ ଗ୍ରାମ ତଥା ଆୟୁଷ୍ମାନ ଅତୋଗ୍ୟ ମନ୍ଦିର, ପୁରୀ ସଦରର ଆଶାକର୍ମୀ ଶ୍ରୀମତୀ ସୁକାନ୍ତି ଜେନାଙ୍କୁ ବିଶେଷ ଅତିଥି ଭାବରେ ନୂଆଦିଲ୍ଲୀ ରେ ସ୍ଵାଧୀନତା ଦିବସ ୨୦୨୪ ପ୍ୟାରେଡ଼ ଦେଖିବାକୁ ନିମନ୍ତ୍ରଣ ମିଳିଛି l
ଆଶାଦିଦି ସୁକାନ୍ତି ଜେନା ଦିଲ୍ଲୀ ଯିବା ପାଇଁ ଏକ ପତ୍ର ମଧ୍ୟମରେ ଜାତୀୟ ସ୍ଵାସ୍ଥ୍ୟ ମିଶନ କାର୍ଯ୍ୟାଳୟରୁ ପ୍ରକାଶ କରା ଯାଇଛି l ସମସ୍ତ ଗସ୍ତ ଖର୍ଚ୍ଚ ମଧ୍ୟ ଜାତୀୟ ସ୍ଵାସ୍ଥ୍ୟ ମିଶନ ବହନ କରିବେ l ୧୩ ଅଗଷ୍ଟରେ ସେ ଓ ତାଙ୍କ ଝିଅ ରାଜଧାନୀ ଏକ୍ସପ୍ରେସ ଯୋଗେ ନୂଆଦିଲ୍ଲୀ ଯାତ୍ରା କରିବେ l
ଅନେକ ଥର ସେ କରିଥିବା ଜନହିତକାରୀ କାର୍ଯ୍ୟ ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ତାଙ୍କୁ ସମ୍ମାନୀତ କରାଯାଇଛି। ଜାତୀୟ ସ୍ଵାସ୍ଥ୍ୟ ମିଶନର ଅନେକ ଯୋଜନା ଗୁଡ଼ିକୁ ସେ ଲୋକମାନଙ୍କ ପାଖେ ପହଞ୍ଚାଇଛନ୍ତି l ମ୍ୟାଲେରିଆ, ଡେଙ୍ଗୁ, ଡାଇରିଆ, ଯକ୍ଷ୍ମା ଏବଂ ମାତୃ ଓ ଶିଶୁ ମାନଙ୍କ ସ୍ଵାସ୍ଥ୍ୟ ନିମିତ୍ତ ଥିବା ଅନେକ ଯୋଜନାର ସଫଳ ରୂପାୟନ ମଧ୍ୟ କରିଛନ୍ତି l
ଓଡ଼ିଶାର ସମସ୍ତ ଜିଲ୍ଲାମାନଙ୍କ ମଧ୍ୟରୁ ଜଣେ ମାତ୍ର ଆଶା କର୍ମୀ ଭାବରେ ତାଙ୍କୁ ଏହି ନିମନ୍ତ୍ରଣ ମିଳିଥିବାରୁ ପୁରୀ ଜିଲ୍ଲାର ସମସ୍ତ ଆଶାଦିଦି ମାନେ ଅନେକ ଉତ୍ସାହିତ ହେବାସହ ଶ୍ରୀମତୀ ଜେନାଙ୍କୁ ଅନେକ ଶୁଭେଚ୍ଛା ଜଣାଇଛନ୍ତି l ଏଥି ସହିତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ରୂପଭାନୁ ମିଶ୍ର, ଜାତୀୟ ସ୍ଵାସ୍ଥ୍ୟ ମିଶନର ପ୍ରକଳ୍ପ ପ୍ରବନ୍ଧକ ଟି ନାରାୟଣ ରାଓ, ଜିଲ୍ଲା ଆଶା ମ୍ୟାନେଜର ଅଶୋକ ସାହୁ ତାଙ୍କୁ ଶୁଭେଚ୍ଛା ଜଣଇଛନ୍ତି l ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଚନ୍ଦନପୂରର ସମସ୍ତ କର୍ମକର୍ତ୍ତା ମଧ୍ୟ ତାଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି l