ହୋଟେଲ ଓ ମିଠା ଦୋକାନ ଗୁଡିକରେ ଖାଦ୍ୟ ଓ ସୁରକ୍ଷା ଟିମ ପକ୍ଷରୁ କେବେ ଚଢ଼ାଉ ହେବ

ପୁରୀ (ରିପୋର୍ଟ- ସମୀର ରଞ୍ଜନ ନାୟକ ): ଶ୍ରୀକ୍ଷେତ୍ରକୁ ରାତି ପାହିଲେ ହଜାର ହଜାର ସଂଖ୍ୟା ରେ ପର୍ଯ୍ୟଟନଙ୍କ ଆଗମନ ହୋଇ ଥାଏ ଏହାକୁ ଦୁଷ୍ଟି ରେ ରଖି ରାସ୍ତା କଡ଼ ଫୁଟ ପାଥ ଓ ଗାଳି କନ୍ଦିରେ ଗଢି ଉଠିଛି ଜଳଖିଆ ଦୋକାନ ଓ ଫାଷ୍ଟ ଫୁଡ ଦୋକାନ। ସହରରେ ସଞ୍ଜ ହେଲେ ଏହି ଦୋକାନ ଗୁଡିକରେ ଗ୍ରାହକଙ୍କ ଭିଡ଼ ଜମିଥାଏ l ସୂଚନା ଯୋଗ୍ୟ ଯେ ସହର ବିଭିନ୍ନ ହୋଟେଲ ଓ ମିଠା ଦୋକାନ ଗୁଡିକରେରେ ଖାଦ୍ୟ ଓ ସୁରକ୍ଷା ବିଭାଗ ପକ୍ଷରୁ କେବେ ଚଢ଼ାଉ କରା ଯାଉ ନାହିଁ ଖାଦ୍ୟ ପଦାର୍ଥ ଗୁଡିକ ଯାଞ୍ଚ ହେଉ ନାହିଁ l

ହୋଟେଲ ଓ ମିଠା ଦୋକାନ ଗୁଡିକରେ ଖାଦ୍ୟର ମାନ, ସ୍ବଚ୍ଛତା, ଫୁଡ ଲାଇସେନ୍ସ ଆଦି ତନଖି ଆଦି ଆଉ ହେଉନାହିଁ କେବଳ ରଥଯାତ୍ରା ସମୟ ରେ ଲୋକ ଦେଖାଣିଆ ହେଉଛି। ତାପରେ ସବୁ ଯେମିତି ଯୋଗ ନିଦ୍ରାରେ ଖାଦ୍ୟ ସୁରକ୍ଷା ବିଭାଗ l ପୁରୀ ସହର ରେ ଛତୁଫୁଟିଲା ପରି ଫାଷ୍ଟଫୁଟ ଦୋକାନ, ଜଳଖିଆ ଦୋକାନ ଗୁଡିକ ଗଢିଉଠୀଛି ଏବଂ ସମୁଦ୍ର କୂଳରେ ମାଛ ତେଲ ଭଜା ଏ ମାନେ ଖୋଲା ମେଲା ରେ ଖାଦ୍ୟ ଗୁଡିକ ରଖିଛନ୍ତି ଆଉ ମଧ୍ୟ ରାସ୍ତାରୁ ଧୂଳୀ ଖାଦ୍ୟ ରେ ପଡୁଥିବା ଦେଖିବାକୁ ମିଳୁଛି ତୁରନ୍ତ ଏଥିପ୍ରତି ଖାଦ୍ୟ ସୁରକ୍ଷା ବିଭାଗ ଦୁଷ୍ଟି ଦେବା ପାଇଁ ସାଧାରଣରେ ଦାବୀ ହେଉଛି l

Leave a Reply

Your email address will not be published. Required fields are marked *

error: Content is protected !!