ହରଘର ତିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ

ପୁରୀ (ରିପୋର୍ଟ- ସମୀର ରଞ୍ଜନ ନାୟକ ): ଆଜି ପୂର୍ବାହ୍ନରେ ତାଳବଣିଆ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ଠାରୁ ଏକ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ହରଘର ତିରଙ୍ଗା ଅଭିଯାନର ଅଂଶବିଶେଷ ଏହି କାର୍ଯ୍ୟକ୍ରମ କୁ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ କୈଳାସ ଚନ୍ଦ୍ର ନାୟକ, ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି ,ପୌରପାଳିକା ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା ପ୍ରମୁଖ ଯୋଗ ଦେଇ ଉଦଘାଟନ କରିଥିଲେ।ତିରଙ୍ଗା ଆମ ଗର୍ବ ଓ ଗୌରବ ର ପ୍ରତୀକ।ତେଣୁ ସମ୍ମାନ ର ସହ ପ୍ରତ୍ୟେକ ବ୍ୟକ୍ତି ତିରଙ୍ଗା ପତାକା କୁ ନିଜସ୍ୱ ଗୃହରେ ଉତ୍ତୋଳନ ପାଇଁ ବରିଷ୍ଠ ଅଧିକାରୀ ମାନେ ଅନୁରୋଧ କରିଥିଲେ।ପରେ ଏହି ଶୋଭାଯାତ୍ରା ସ୍ପୋର୍ଟ୍ସ କମ୍ପ୍ଲେକ୍ସ ଠାରୁ ଶ୍ରୀଜଗନ୍ନାଥ ଷ୍ଟାଡିୟମ ପର୍ଯ୍ୟନ୍ତ ଯାଇଥିଲା।

ହରଘର ତିରଙ୍ଗା, ବନ୍ଦେ ମାତରଂ,ଭାରତ ମାତା କି ଜୟ,ଜୟ ହିନ୍ଦ ଧ୍ୱନି ରେ ଶୋଭାଯାତ୍ରା ଯାଉଥିବା ଅଞ୍ଚଳ ପ୍ରକମ୍ପିତ ହେବା ସହ ଦେଶାତ୍ମବୋଧକ ଭାବନାରେ ସମସ୍ତଙ୍କୁ ଆଛନ୍ନ କରିଥିଲା।କାର୍ଯ୍ୟକ୍ରମ କୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଉପନିର୍ଦେଶକ ସନ୍ତୋଷ କୁମାର ସେଠୀ,ପୋଲିସ ରିଜର୍ଭ ଇନିସପେକ୍ଟର ଚିତ୍ତ ରଞ୍ଜନ ମହାନ୍ତି,ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ, ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା ପରିଚାଳନା କରିଥିଲେ।ବିଭିନ୍ନ ଶିକ୍ଷାନୁଷ୍ଠାନ ର ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ର ଛାତ୍ରୀ ଓ ସାଧାରଣ ଜନତା ଶୋଭାଯାତ୍ରାରେ ସାମିଲ ହୋଇଥିଲେ।ଏହି ଅବସରରେ ହରଘର ତିରଙ୍ଗା କାନଭାସରେ ସମସ୍ତେ ଜୟ ହିନ୍ଦ, ହରଘର ତିରଙ୍ଗା ବୋଲି ଲେଖିବା ସହ ସେଲଫି ଉଠାଇ ହରଘର ତିରଙ୍ଗା ଡଟ୍ କମ୍ ରେ ଅପଲୋଡ଼ କରି ସାର୍ଟିଫିକେଟ ଡାଉନଲୋଡ କରି ଖୁସି ବ୍ୟକ୍ତ କରିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!