ସୁବର୍ଣ୍ଣପୁର (ରିପୋର୍ଟ-ଚୈତନ୍ୟ ଭୁକ୍ତା) : ଜିଲ୍ଲା ପ୍ରଶାସନ ଓ ଓଡିଶା ରାଜ୍ୟ ସାମାଜିକ ସମୀକ୍ଷା,ଉତ୍ତରଦ୍ୱାୟୀତ୍ୱ ଓ ସ୍ୱଚ୍ଛତା ସମିତି ତରଫରୁ ଆଜି ପଞ୍ଚମ ପର୍ଯ୍ୟାୟ ରେ ସଦର ବ୍ଲକ ହରଡ଼ଖଳ, ଜନମୁରା, ଗ୍ରାମ ପଞ୍ଚାୟତ ରେ ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ରେ ଗତ ଛଅ ମାସ ରେ ହୋଇଥିବା ପ୍ରକଳଳ୍ପ ର ସାମାଜିକ ସମୀକ୍ଷା ଅନୁଷ୍ଠିତ ହୋଇଯାଇଛି। ଗ୍ରାମ ପଞ୍ଚାୟତ ତଥା ଉଦ୍ୟାନ ବିଭାଗ, ବନ ବିଭାଗ ତରଫରୁ ହାତକୁ ନିଆଯାଇଥିବା ପ୍ରକଳଳ୍ପ ଗୁଡିକ ର କାର୍ଯ୍ୟସ୍ଥଳ ପରିଦର୍ଶନ ସହ ନଥିପତ୍ର ଯାଞ୍ଚ କରାଯାଇଥିଲା।
ଏଥିରେ ଗ୍ରାମ ସ୍ତରରେ କାର୍ଯ୍ୟରତ ଗ୍ରାମ ସ ମ୍ବ ଳ କର୍ମି (ଭି ଆର ପି )ସାତ ଦିନ ପର୍ଯ୍ୟନ୍ତ ବିଭିନ୍ନ ଗ୍ରାମ କୁ ଯାଇ ଅଣକୁଶଳୀ ଶ୍ରମିକ ମାନଙ୍କୁ ଭେଟିବା ସହ ବିଭିନ୍ନ ପ୍ରକାର ଅଭିଯୋଗ ସଂଗ୍ରହ କରିଥିଲେ। ଆଜି ଗ୍ରାମସଭା ବୈଠକ ରେ ତାହା ଉପସ୍ଥାପନ|କରିଥିଲେ। ଜନମୁରା ପଞ୍ଚାୟତ ରେ କାର୍ଯ୍ୟନିର୍ବାହୀ ଅଧିକାରୀ ନନ୍ଦିନୀ ଭୋଇ, ଏ ଡ଼ି ଇ ଓ ତଥା ଗ୍ରାମ ରୋଜଗାର ସେବକ ଯଜ୍ଞ ଦତ୍ତ ମେହେର ସରପଞ୍ଚ ଦମୟନ୍ତୀ ବାରିକ, ଏମ ଵି କେ ସସ୍ମିତା ବିଶି, ବ୍ଲକ ସାମାଜିକ ସମୀକ୍ଷକ ସୁଦାମ ଗାଈ ଗରିଆ, ଭି ଆର ପି ମାଣିକ୍ୟ କୁମ୍ଭାର, ଜନୟନ୍ତୀ ବାଘ, ଜ୍ୟୋସ୍ନା ମେହର, ଭାରତୀ ମେହେର, ରଞ୍ଜିତା ବଗର୍ତ୍ତୀ ଯୋଗଦେଇ ଥିଲେ।