ବରଗଡ଼ ଧନୁଯାତ୍ରାର ପୂର୍ବତନ କଂସ ମହାରାଜ ଗୋପାଳ ସାହୁଙ୍କ ପରଲୋକ

ବରଗଡ଼ : ଇହଲୋକରେ ବରଗଡ଼ ପ୍ରସିଦ୍ଧ ଧନୁଯାତ୍ରାର ପୂର୍ବତନ କଂସ ମହାରାଜ ଗୋପାଳ ସାହୁ l ୭୦ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି l ଶ୍ୱାସ ଓ ମଧୁମେହ ରୋଗରେ ପୀଡ଼ିତ ହୋଇ ଝାରସୁଗୁଡାର ଏକ ହସ୍ପିଟାଲରେ ଭର୍ତ୍ତି ହେଇଥିଲେ l କିନ୍ତୁ ଗତକାଲି ବିଳମ୍ୱିତ ରାତିରେ ତାଙ୍କର ଦେହାନ୍ତ ହୋଇଥିବାସୂଚନା ମିଳିଛି l ଦୀର୍ଘ ୨୩ ବର୍ଷ ଧରି ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରିଥିଲେ ଗୋପାଳ ସାହୁ l ତାଙ୍କର ବିୟୋଗରେ କଳା ଜଗତ ଏକଶୂନ୍ୟ ସ୍ଥାନ ସୃଷ୍ଟି ହୋଇଛି l ବିଶ୍ଵର ସର୍ବବୃହତ ଖୋଲା ଆକାଶ ରଙ୍ଗମଞ୍ଚରେ ତାଙ୍କର ଆକର୍ଷଣୀୟ ଓ ମନମୁଗ୍ଧକର ଅଭିନୟ ପାଇଁ ସେ ବେଶ୍ ଲୋକପ୍ରିୟ ଥିଲେ।

ବଲାଙ୍ଗୀର ଜିଲ୍ଲାରେ ୧୯୫୫ ମସିହା ଏପ୍ରିଲ ୬ ତାରିଖରେ ଜନ୍ମିତ ଗୋପାଳ ସାହୁ ବରଗଡ ଧନୁଯାତ୍ରାର ସପ୍ତମ କଂସ ଭାବରେ ଅଭିନୟ କରିଥିଲେ। ତାଙ୍କ ନାମ ଗୋପାଳ ହେଲେ ତାଙ୍କୁ କଂସ ମହାରାଜ ଭାବରେ ସମସ୍ତେ ଜାଣୁଥିଲେ । ବରପାଲି ଜଗନ୍ନାଥ ନଗରରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଛି । ପେଶାରେ ସେ ଜଣେ ପୋଲିସ ଅଧିକାରୀ । ତାଙ୍କ ଅଭିନୟ ଦେଖିବାକୁ ସେ ସମୟରେ କଂସ ଦରବାରରେ ନେତା, ମନ୍ତ୍ରୀ, ବ୍ୟବସାୟୀ ଠାରୁ ମୁଖ୍ୟମନ୍ତ୍ରୀ ପର୍ଯ୍ୟନ୍ତ ସମସ୍ତେ ଭିଡ ଜମୁଥିଲା

ଆଜି ତାଙ୍କର ବରପାଲି ସ୍ଥିତ ବାସଭବନରେ ବରଗଡ଼ ଧନୁଯାତ୍ରାର ମହୋତ୍ସବ ସଦସ୍ୟ,କଳାକାର ସହ ବହୁ ଶୁଭେଛୁ ତାଙ୍କର ଅନ୍ତିମ ଦର୍ଶନ କରିଛନ୍ତି ।

Leave a Reply

Your email address will not be published. Required fields are marked *

error: Content is protected !!