ଆକର୍ଷଣ ସାଜିଛି ତାଳପତ୍ର,ଟେରାକୋଟା ଓ ସବାଇ ଘାସ ରାକ୍ଷୀ

ପୁରୀ (ରିପୋର୍ଟ – ସମୀର ରଞ୍ଜନ ନାୟକ ) : ଆତ୍ମନିର୍ଭରଶୀଳ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ର ଆକର୍ଷଣୀୟ ରାକ୍ଷୀ ଷ୍ଟଲ ଆକୃଷ୍ଟ କରୁଛି ଗ୍ରାହକ ମାନ ଙ୍କୁ। ପୁରୀ ଜିଲ୍ଲା ପରିଷଦ ଏବଂ ଓରମାସ ପକ୍ଷରୁ ସ୍ୱୟଂ ସହାୟକ ଗୋଷ୍ଠୀ ଓ ଉତ୍ପାଦକ ଗୋଷ୍ଠୀ ଦ୍ଵାରା ପ୍ରସ୍ତୁତ ହାତ ତିଆରି ରାକ୍ଷୀ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟ ନିକଟ ଓ ବଡଶଙ୍ଖ ଛକ ନିକଟରେ ସ୍ୱୟଂ ସହାୟକ ଗୋଷ୍ଠୀର ରାକ୍ଷୀ ଷ୍ଟଲ ଖୋଲା ଯାଇଛି।ଏହି ଷ୍ଟଲକୁ ଜିଲ୍ଲା ପରିଷଦର ଅତିରିକ୍ତ ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ରାଜୀବ ଲୋଚନ ବେହେରା

ଉଦଘାଟନ କରିଥିଲେ। ଏହି ରାକ୍ଷୀ ଗୁଡିକ ସବାଇ ଘାସ,ମାଳି, ତାଳପତ୍ର ଖୋଦେଇ ଓ ଟେରାକୋଟ ଦ୍ଵାରା ସ୍ୱୟଂ ସହାୟକ ଗୋଷ୍ଠୀର ମା ମାନଙ୍କ ହାତରେ ପ୍ରସ୍ତୁତ କରାଯାଇଛି।ଏହା ଆକର୍ଷଣୀୟ ହେବା ସହ ପରିବେଶ ଉପଯୋଗୀ ମଧ୍ୟ।ତେଣୁ ଏହାକୁ ବ୍ୟବହାର ପାଇଁ ଚାହିଦା ବୃଦ୍ଧି ପାଉଛି ବୋଲି ଶ୍ରୀ ବେହେରା ସୂଚନା ଦେଇଛନ୍ତି।ଏଥିରେ ଓରମାସ ର ଡେପୁଟି ସିଇଓ ଭକ୍ତି ପଟ୍ଟନାୟକ,ଜିଲ୍ଲା ପରିଷଦର ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ବିମଳ ଚନ୍ଦ୍ର ତିରିଆ ଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ସହଯୋଗ କରୁଛନ୍ତି।

Leave a Reply

Your email address will not be published. Required fields are marked *

error: Content is protected !!