ଶ୍ରୀ ମନ୍ଦିରରେ ଭକ୍ତଙ୍କୁ ମିଳିବ ମାଗଣା ମହାପ୍ରସାଦ:ଆଇନ ମନ୍ତ୍ରୀ ପୃଥିବୀରାଜ ହରିଚନ୍ଦନ

ପୁରୀ ( ରିପୋର୍ଟ – ସମୀର ରଞ୍ଜନ ନାୟକ ) : ଶ୍ରୀମନ୍ଦିରକୁ ଆସୁଥିବା ପ୍ରତ୍ୟେକ ଭକ୍ତଙ୍କୁ ମିଳିବ ଅବଢ଼ା। ପ୍ରତ୍ୟେକ ଦିନ ଲକ୍ଷେରୁ ଅଢେଇ ଲକ୍ଷ ଭକ୍ତ ପାଇବେ ପ୍ରସାଦ। ଏନେଇ ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ମାଗଣା ପ୍ରସାଦ ବଣ୍ଟନ ପାଇଁ ବିଭିନ୍ନ ଦାତାଙ୍କ ସହ ଆଲୋଚନା ହୋଇଛି। ଶ୍ରୀମନ୍ଦିର ଆସୁଥିବା ପ୍ରତ୍ୟେକ ଭକ୍ତ ଅବଢ଼ା ଟିକିଏ ପାଇପାରିବେ ସେନେଇ ବ୍ୟବସ୍ଥା କରାଯାଉଛି ବୋଲି ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ କହିଛନ୍ତି।

ଏହି ପ୍ରକ୍ରିୟା ଆରମ୍ଭ ହେବା ପରେ ଯେଭଳି ଅଧାରୁ ବନ୍ଦ ନହୁଏ ସେ ଦିଗରେ ଆନୁସଙ୍ଗିକ ବ୍ୟବସ୍ଥା ମାନ ପ୍ରସ୍ତୁତ ହେଉଛି।ପ୍ରତ୍ୟେକ ଦିନ ପ୍ରାୟ ଏକରୁ ଦେଢ଼ ଲକ୍ଷ ଭକ୍ତ ଶ୍ରୀମନ୍ଦିର ଆସୁଥିବା ବେଳେ ପର୍ବପର୍ବାଣୀ ଦିନରେ ଦୁଇ ଅଢେଇ ଲକ୍ଷ ଭକ୍ତ ଆସିଥାନ୍ତି। ସେମାନଙ୍କୁ କିଭଳି ଭାବରେ ମାଗଣା ମହାପ୍ରସାଦ ଯୋଗାଇ ଦିଆଯାଇପାରିବ ସେନେଇ ରୂପରେଖ ଦେବାକୁ ପ୍ରଚେଷ୍ଟା ଚାଲିଥିବା ବେଳେ ବିଭିନ୍ନ ଦାତାଙ୍କ ସହ ଆଲୋଚନା ମଧ୍ୟ ଚାଲିଛି ବୋଲି ଆଇନ ମନ୍ତ୍ରୀ କହିଛନ୍ତି ।

Leave a Reply

Your email address will not be published. Required fields are marked *

error: Content is protected !!