ଅନୁଗୁଳ : ବୈଦେଶିକ ବିଦ୍ୱାନ ଏଚ୍.ଏସ୍.ୱିଲସନ୍ କହିଛନ୍ତି -‘ ଭାରତସ୍ଯ ପ୍ରତିଷ୍ଠେ ଦ୍ବେ ସଂସ୍କୃତମ୍ ସଂସ୍କୃତି ତଥା ‘ । ସଂସ୍କୃତ ଭାଷା ସବୁ ଭାଷାର ପୃଷ୍ଠପୋଷକ । କେବଳ ସେତିକି ନୁହେଁ ଏହା ଭାରତୀୟ ସଂସ୍କୃତିର ମୂଳାଧାର। ସଂସ୍କୃତ ଭାଷାର ପ୍ରଚାର ପ୍ରସାର ପାଇଁ ଶ୍ରାବଣ ମାସର ପୂର୍ଣିମା ତିଥିରେ ମହର୍ଷି ପାଣିନୀଙ୍କ ଜନ୍ମ ଦିବସକୁ ସଂସ୍କୃତ ଦିବସ ରୂପେ ସମଗ୍ର ବିଶ୍ୱରେ ପରିପାଳନ କରାଯାଏ l ସଂସ୍କୃତ ଭାଷା ଅନାଦି କାଳରୁ ପ୍ରଚଳିତ ତଥାପି ସଂସ୍କୃତ ର ଆଦିମ ବ୍ୟାକରଣଶାସ୍ତ୍ର ଅଷ୍ଟଧ୍ୟାୟୀ ର ରଚୟିତା ମହର୍ଷି ପାଣିନି ଙ୍କୁ ଏହାର ଜନକ ବୋଲି ଆଖ୍ୟା ଦିଆଯାଉଛି । ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟ ଠାରୁ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ସଂସ୍କୃତ ସପ୍ତାହ ପାଳନ କରାଯାଏ।

ଏହି ବିଶ୍ୱସ୍ତରୀୟ ପର୍ବ ତଥା ସଂସ୍କୃତଭାଷାର ପ୍ରଚାର ପ୍ରସାର ର ଅଦ୍ବିତୀୟ ପର୍ବ କୁ ଡି.ଏ.ବି .ପବ୍ଲିକ୍ ସ୍କୁଲ୍,ଏନ୍.ଟି.ପି.ସି./ ଟି.ଟି.ପି.ଏସ୍, ତାଳଚେର, ଥର୍ମାଲ୍ ପରିସରରେ ଖୁବ୍ ଆଡମ୍ବର ସହକାରେ ପାଳନ କରାଯାଇଛି l ଏହି ଉପଲକ୍ଷେ ରିଖ ୧୭|୦୮|୨୦୨୪ ଶନିବାର ଦିନ ବିଦ୍ୟାଳୟରେ ସଂସ୍କୃତ ସପ୍ତାହ ସହ ସଂସ୍କୃତ ଦିବସ ମଧ୍ୟ ପରିପାଳିତ ହୋଇଛି। ଏହି ଉତ୍ସବରେ ବିଦ୍ୟାଳୟର କର୍ଣ୍ଣଧାର ପ୍ରାଚାର୍ଯ୍ୟ ଡଃ. ସମୀର କାନୁନ୍ ଗୋ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ତଥା ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

ବିଦ୍ୟାଳୟର ସଂସ୍କୃତ ଶିକ୍ଷୟିତ୍ରୀ ଆରତୀ ବଡ଼ଜେନା ଆୟୋଜନର ମୁଖ୍ୟ ଦାୟିତ୍ଵ ନିର୍ବାହ କରିଛନ୍ତି l ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବିଭିନ୍ନ ସାଂସ୍କୃତିକ କାର୍ଯ୍ଯକ୍ରମ ରେ ଅଂଶଗ୍ରହଣ କରି ଉତ୍ସବର ଉଲ୍ଲାସ କୁ ଦୁଇଗୁଣିତ କରିଛନ୍ତି। ନବମ ଶ୍ରେଣୀର ଛାତ୍ରୀ ଭବ୍ଯା ସାଇ ଶ୍ରୀ ଏବଂ ଲକ୍ଷିତା ନୌନିଆଲ୍ ଅୟୋଜନ ର ସୂତ୍ରଧାର ଭୂମିକାରେ ଥିବା ବେଳେ ବିଦ୍ୟାଳୟ ର ସଂସ୍କୃତ ଛାତ୍ର ଛାତ୍ରୀଙ୍କ ଦ୍ଵାରା ସଂସ୍କୃତ ଗୀତ ତଥା ସଂସ୍କୃତକ୍ଷୁଦ୍ରନାଟକ ‘ଭାଷାଣାଂ ଜନନୀ ସଂସ୍କୃତମ୍’ ପ୍ରଦର୍ଶିତ ହୋଇଥିଲା ଏବଂ ସପ୍ତମ ଶ୍ରେଣୀର ଛାତ୍ରୀ ଏନ୍. ଅନ୍ବିଥା ସାଂସ୍କୃତିକ ନୃତ୍ୟ ପରିବେଷଣ କରି ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଛନ୍ତି l ଏହି ଶୁଭାବସରରେ ନବମ ଶ୍ରେଣିର ଛାତ୍ରୀ ଗୀତିଶ୍ରୀ , ସଂସ୍କୃତଶିକ୍ଷୟିତ୍ରୀ ଆରତୀ ବଡ଼ଜେନା ଏବଂ ବିଦ୍ୟାଳୟ ପ୍ରମୁଖ ଡଃ. କାନୁନ୍ ଗୋ ସମସ୍ତଙ୍କୁ ସଂସ୍କୃତ ଦିବସ ତଥା ଦେବଭାଷା ସଂସ୍କୃତ ର ମହତ୍ତ୍ୱ ଅବଗତ କରାଇଛନ୍ତି।