ଗୋମାଂସ ଚାଲାଣ ବେଳେ ଗ୍ରାମବାସୀଙ୍କ ଦ୍ୱାରା ଟ୍ରକ୍ ଜବତ

ପୁରୀ (ରିପୋର୍ଟ – ସମୀର ରଞ୍ଜନ ନାୟକ) : ଗୋମାଂସ ଚାଲାଣ ବେଳେ ଗ୍ରାମ ବାସୀଙ୍କ ଦ୍ୱାରା ଟ୍ରକ ଜବତ ଏମିତି ଏକ ଖବର ଆମ ହସ୍ତଗ ହୋଇଛି ମିଡ଼ିଆ ରିପୋର୍ଟ ମୁତାବକ ପୁରୀ ଜିଲ୍ଲା ନିମାପଡ଼ା ଥାନା ଅଧୀନସ୍ଥ ଖେଳାର ବଜ଼ାର ନିକଟରେ ଥିବା ବରିହାପଡ଼ାର ଯୁବକମାନେ ଗତକାଲି ସନ୍ଧ୍ୟାରେ ବଳଭଦ୍ରଙ୍କ ଜନ୍ମଦିନ ପାଳନ କରୁଥିବା ସମୟରେ ପଶ୍ଚିମବଙ୍ଗ ନମ୍ବର ଥିବା ଏକ ଟ୍ରକ (ଡବ୍ଲୁବି ୨୫-ଏଲ୍୮୨୩୮) ଗ୍ରାମ ବାଟ ଦେଇଯାଉଥିଲା। ସନ୍ଦେହ ହେବାରୁ ଟ୍ରକକୁ ରାତି ୩ଟା ସମୟରେ ଅଟକାଇ ଯାଞ୍ଚ କରାଯାଇଥିଲା।

ସେହି ଟ୍ରକରୁ ୫ ଟନ ଗୋମାଂସ ବରଫ ଦିଆଯାଇ ପଶ୍ଚିମବଙ୍ଗକୁ ଚାଲାଣ ହେଉଥିଲା ବୋଲି ଟ୍ରକ ଚାଳକ କହିଛି।ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଚାଳକ ସମେତ ତିନିଜଣକୁ ଥାନାକୁ ଆଣିଛି ଏବଂ ଟ୍ରକକୁ ଜବତ କରିଛି। ଅନ୍ଧାର ରାତିର ସୁଯୋଗ ନେଇ ଦୁଇ ଜଣ ଖସି ଚାଲିଯାଇଥିଲେ।ଏନେଇ ବିଜେପି ନେତା ବିମଳେନ୍ଦୁ ସ୍ୱାଇଁ କହିଛନ୍ତି ନିକଟରେ ଏକ କଂସେଇ ଖାନା ରହିଛି। ପୁଲିସ ତଦନ୍ତ କରି କଂସେଇଖାନା ଚଳାଉଥିବା ଵ୍ୟକ୍ତିଙ୍କୁ ଗିରଫ କରିବାକୁ ସେ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *

error: Content is protected !!