ସୁବର୍ଣ୍ଣପୁର (ରିପୋର୍ଟ-ଚୈତନ୍ୟ ଭୁକ୍ତା) :ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ଠାରେ ପ୍ରସିଦ୍ଧ ୧୧୭ତମ ଝୁଲଣ ଯାତ୍ରା ଉଦଯାପିତ ହୋଇଯାଇଛି। ଗତ ୭ଦିନ ଧରି ସୁବଳୟା ର ବିଭିନ୍ନ କ୍ଳବ ଓ ମନ୍ଦିର ରେ ଭଗବାନ ରାଧାକୃଷ୍ଣଙ୍କୁ ସୁସଜ୍ଜିତ ଦୋଳିରେ ବସାଇ ପୂଜା କରିବା ସହ ପ୍ରତିଦିନ ସବୁ ମନ୍ଦିର ରେ ଭାଗବତ ପରାୟଣ ଆୟୋଜିତ ହୋଇଥିଲା। ଶ୍ରାବଣ ପୂଣ୍ଣିମା ଦିନ ସୁସଜ୍ଜିତ ରଥ ରେ ବିରାଜମାନ କରି ରାଧାକୃଷ୍ଣ ଙ୍କ ଯୁଗଳ ପ୍ରତିମା କୁ ନେଇ ଏକ ଆଧ୍ୟାତ୍ମିକ ପରିବେଶ ନାମ ସଂକୀର୍ତନ ତାଳ ରେ ରାତି ପର୍ଯ୍ୟନ୍ତ ସହର ପରିକ୍ରମା କରିଥିଲେ।
ଏଥିରେ ସୁବଳୟା ର ସମସ୍ତ ସଂସ୍କୃତିକ ଅନୁଷ୍ଠାନ, ବଡ଼ ଦାଣ୍ଡରବୀରବଜରଙ୍ଗ କ୍ଳବ, ସାନ ଦାଣ୍ଡ ର ଶ୍ରୀରାମ ଚନ୍ଦ୍ର କ୍ଳବ, ଧୀବର ପଡା ବା ବା ଅବଧୁତ କ୍ଳବ, ବଳ ଦେବ କ୍ଳବ, ଓ ଗଡଭିତର ର ଭାଗବତ କ୍ଳବ ସମେତ ବିଭିନ୍ନ ସଂସ୍କୃତିକ ଅନୁଷ୍ଠାନ ଏଥିରେ ଅଂଶଗ୍ରହଣ କରିଥିଲେ। ନଗର ପରିକ୍ରମା ସମୟରେ ପଶ୍ଚିମ ଓଡିଶା ବିଭିନ୍ନ ସ୍ଥାନରୁ ବଛା ବଛା ସଂକୀର୍ତନ ମଣ୍ଡଳୀ, ମହିଳା ସଂକୀର୍ତନ,ରେକର୍ଡ ଡାନ୍ସ ଆଦି ପରିବେଷଣ ହୋଇଥିଲା। ଯାତ୍ରା ରେ ସ୍ଥାନୀୟ ବ୍ଲକ ଉପାଧ୍ୟକ୍ଷ ଙ୍କ ସମେତ ବିଭିନ୍ନ ଜନ ପ୍ରତିନିଧି ସାମିଲ ହୋଇ ଥିଲେ। ଶାନ୍ତି ଶୃଙ୍ଖଳା ପାଇଁ ସୁବଳୟା ଥାନା ଅଧିକାରୀ ସୁଶାନ୍ତ ପ୍ରଧାନ ଙ୍କ ନେତୃତ୍ୱ ରେ ଗୋଟିଏ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା।