ପ୍ରଧାନମନ୍ତ୍ରୀ ମୋଦୀ ୟୁକ୍ରେନରେ ପହଞ୍ଚିବା କ୍ଷଣି ,ପୁତିନ ରୁଷ ସେନାକୁ ଦେଲେ ବଡ ଆଦେଶ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ୟୁକ୍ରେନରେ ପହଞ୍ଚିଛନ୍ତି। ରୁଷିଆ ଏବଂ ୟୁକ୍ରେନ ମଧ୍ଯରେ ଅଢ଼େଇ ବର୍ଷର ଯୁଦ୍ଧ ଚାଲିଥିବା ବେଳେ କିଭକୁ ତାଙ୍କର ଆଗମନ ହୋଇଛି, ଯାହା ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି।

ଏହି ସମୟରେ ଗଣମାଧ୍ଯମ ରିପୋର୍ଟ ଦାବି କରୁଛି ଯେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏକ ବଡ଼ ଘୋଷଣା କରିଛନ୍ତି।ସେ ତାଙ୍କ ସେନାକୁ ନିର୍ଦ୍ଦେଶ ଦେଇଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ୟୁକ୍ରେନରେ ଥିବା ପର୍ଯ୍ଯନ୍ତ ରୁଷୀୟ ସେନା କୌଣସି ଆକ୍ରମଣ କରିବ ନାହିଁ।

ଯୁଦ୍ଧ ମଧ୍ୟରେ ଯାଇଥିବା ପ୍ରଥମ ଅଣ ନାଟୋ ରାଷ୍ଟ୍ରମୁଖ୍ୟ

୧୯୯୧ ରେ ସୋଭିଏତ ଯ଼ୁନିଅନ ଭାଙ୍ଗିବା ପରେ ୟୁକ୍ରେନ ଏକ ପୃଥକ ଦେଶରେ ପରିଣତ ହୋଇଥିଲା | ସେବେଠାରୁ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀ ସେଠାକୁ ଯାଇନାହାନ୍ତି। ମୋଦୀଙ୍କ ଗସ୍ତ ମଧ୍ଯ ସ୍ୱତନ୍ତ୍ର କାରଣ ଯୁଦ୍ଧ ଆରମ୍ଭ ହେବା ପରଠାରୁ କେବଳ ନାଟୋ ଦେଶଗୁଡ଼ିକର ମୁଖ୍ଯମାନେ ୟୁକ୍ରେନ ଗସ୍ତ କରିଛନ୍ତି। କିଭରେ ଭାରତୀୟ ସମୁଦାୟ ପ୍ରଧାନମନ୍ତ୍ରୀଙ୍କୁ ଭବ୍ଯ ସ୍ୱାଗତ କରିଥିଲେ। ଭାରତୀୟ ସମୁଦାୟ ଭାରତ ମାତା କି ଜୟ ସ୍ଲୋଗାନ ଦେଇ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏମ୍.ବି.ବି.ଏସ୍. ପଢ଼ିବା ପାଇଁ ୟୁକ୍ରେନ୍ ଯାଇଥିବା ଭାରତର ଛାତ୍ରଛାତ୍ରୀମାନେ ମଧ୍ଯ ସ୍ୱାଗତ ପାଇଁ ଆସିଥିଲେ।କିଭ୍ ର ହାୟାତ୍ ହୋଟେଲ୍ରେ ପ୍ରଧାନମନ୍ତ୍ରୀ ଭାରତୀୟ ସମୁଦାୟଙ୍କୁ ସମ୍ବୋଧିତ କରିବେ। ଯୁଦ୍ଧରେ ପ୍ରାଣ ହରାଇଥିବା ପିଲାମାନଙ୍କୁ ମଧ୍ଯ ପ୍ରଧାନମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ।

ଯ଼ୁକ୍ରେନ ଗସ୍ତ କାହିଁକି ଗୁରୁତ୍ୱପୂର୍ଣ୍ଣ

ପ୍ରଧାନମନ୍ତ୍ରୀଙ୍କ ୟୁକ୍ରେନ ଗସ୍ତ ଭାରତର ବୈଦେଶିକ ନୀତିରେ ଗୁରୁତ୍ୱପୂର୍ଣ୍ଣ ସାବ୍ଯସ୍ତ ହୋଇପାରେ। ଭାରତ ଏବଂ ରୁଷିଆ ମଧ୍ଯରେ ସର୍ବଦା ଐତିହାସିକ ସମ୍ପର୍କ ରହିଛି। ରୁଷ ଏବଂ ୟୁକ୍ରେନ ମଧ୍ଯରେ ଯୁଦ୍ଧ ଜାରି ରହିଥିବା ବେଳେ, ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ପାଶ୍ଚାତ୍ଯ ଦେଶଗୁଡ଼ିକ ସହିତ ଭାରତର ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ଦିଗରେ ଏକ ପ୍ରମୁଖ ପଦକ୍ଷେପ ଭାବେ ବିବେଚନା କରାଯାଉଛି। ଏଥି ସହିତ, ୟୁକ୍ରେନ ଗସ୍ତ କରି ମୋଦୀ ବିଶ୍ୱକୁ ଏକ ବାର୍ତ୍ତା ଦେବାକୁ ଚାହୁଁଛନ୍ତି ଯେ ଭାରତ ଆଲୋଚନା ଏବଂ କୂଟନୀତି ମାଧ୍ଯମରେ ବିବାଦର ଅବସାନ ପାଇଁ ସର୍ବଦା ଚେଷ୍ଟିତ।

Leave a Reply

Your email address will not be published. Required fields are marked *

error: Content is protected !!