ଅଯୋଧ୍ୟାରେ ଜରାଜୀର୍ଣ୍ଣ ଅବସ୍ଥାରେ ଓଡ଼ିଶାର ଐତିହାସିକ ଧରୋହର

ନୂଆଦିଲ୍ଲୀ : ଓଡ଼ିଆ ସଂସ୍କୃତି,ଓଡ଼ିଆ ଭାଷା ଓ ଜଗନ୍ନାଥ ହେଉଛନ୍ତି ଓଡ଼ିଆର ପ୍ରାଣ। ତାହାର ସଂରକ୍ଷଣ ଓ ବିକାଶ ଆମର ଓ ଆମ ସରକାର ର ମୌଳିକ ଦାୟିତ୍ୱ। ପ୍ରାୟ ୩୦୦ / ୪୦୦ ବର୍ଷ ପୂର୍ବରୁ ଶ୍ରୀରାମ ନଗରୀ ଅଯୋଧ୍ୟା ଧାମ ଠାରେ ସ୍ଥାପିତ ହୋଉଛି ଓଡ଼ିଆ ମଠ ଓ ମନ୍ଦିର। ଆଜକୁ ପ୍ରାୟ ୧୩ ପିଢ଼ି ଧରି ଅଯୋଧ୍ୟାରେ ପୂଜା ପାଉଛନ୍ତି। ଓଡ଼ିଆର ପ୍ରାଣ ଶ୍ରୀଜଗନ୍ନାଥ ଓ ଶ୍ରୀ ରାମଲ୍ଲଲାଙ୍କ ପରିବାର ଅଷ୍ଟ ଧାତୁ ନିର୍ମିତ ମୁର୍ତ୍ତୀ । ମଠ ଓ ମନ୍ଦିର ସ୍ଥାପନର ସଠିକତା ଏକ ଗବେଷଣା ବିଷୟ। ଶ୍ରୀ ରାମଲ୍ଲଲାଙ୍କ ମନ୍ଦିର ଠାରୁ ମାତ୍ର ୫୦୦ ମିଟର ଦୂରରେ ଅବସ୍ଥିତ।

ଓଡ଼ିଆ ମାନଙ୍କ ଦୃଷ୍ଟି ଅଗୋଚରରୁ ଲୁକ୍କାୟିତ ଓଡ଼ିଶାର ଏହି ଐତିହାସିକ ଧରୋହର ଆଜି ଜରାଜୀର୍ଣ୍ଣ ଅବସ୍ଥାରେ। ବର୍ତ୍ତମାନ ବହୁ ଓଡ଼ିଆ ବନ୍ଧୁ ଉକ୍ତ ମଠର ସଂରକ୍ଷଣ ପାଇଁ ଅଣ୍ଟା ଭିଡି କାର୍ଯ୍ୟ ଆରମ୍ଭ କରି ଦେଇଛନ୍ତି। “ଓଡ଼ିଆ ବାବା ସେବା ସଂସ୍ଥାନ, ରାମକୋଟ,ଅଯୋଧ୍ୟା ନାମରେ ଏକ ଟ୍ରଷ୍ଟ ଗଠ କରାଯାଇ ମଠର ସୁରକ୍ଷା , ମଠ ଓ ମନ୍ଦିର ସମ୍ୱନ୍ଧୀୟ ସମସ୍ତ ଅଜ୍ଞାତ ତଥ୍ୟର ଅବଲୋକନ ଓ ଓଡ଼ିଆ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ କାର୍ଯ୍ୟ ଆରମ୍ଭ ହୋଇଗଲାଣି। ଶ୍ରୀ ରାମଲଲା ମନ୍ଦିର ପ୍ରାଣ ପ୍ରତିଷ୍ଠା ସମୟରେ ସିଦ୍ଧ ବଳଦେବଜୀଉ,ତୁଳସୀ କ୍ଷେତ୍ର, କେନ୍ଦ୍ରାପଡ଼ା ଠାରୁ ଅଯୋଧ୍ୟା ଧାମ ସାଇକେଲ ଯାତ୍ରାରେ ଯାଇଥିବା ଓଡ଼ିଶାର ଶ୍ରୀ ନଗେନ ବିହାରୀ (ନଗେନ ବାବା) ଙ୍କ ଦୃଷ୍ଟି, ଆଶ୍ଚର୍ଯ୍ୟ ଓ ଅକସ୍ମାତ ଭାବେ ଅଯୋଧ୍ୟାରେ ଥିବା ଏହି ପୁରାତନ ଓଡ଼ିଆ ମଠ ଓ ମନ୍ଦିର ଉପରେ କେନ୍ଦ୍ରିଭୁତ ହୋଇଥିଲା।

ଓଡ଼ିଆ ମଠ ଓ ମନ୍ଦିର ର ସବିଶେଷ ତଥ୍ୟ ସଂଗ୍ରହ କରି ,ବହୁ ବାଧାବିଘ୍ନ,ବହୁ ଘାତ ପ୍ରତିଘାତ ସତ୍ତ୍ଵେ ନଗେନ ବାବା ଓ ଓଡ଼ିଆ ମଠ ମହନ୍ତ ଶ୍ରୀ ଦାସ ବାବା ସେହି ମଠର ଟ୍ରଷ୍ଟ କାର୍ଯ୍ୟକ୍ରମକୁ ଆଗେଇ ନେଉଛନ୍ତି।ଅଯୋଧ୍ୟାର ଏହି ଓଡ଼ିଆ ମଠ ଓ ମନ୍ଦିରର ନବ ନିର୍ମାଣରେ ଗୁଣ୍ଡୁଚି ମୂଷାଟି ପରି ଆପଣଙ୍କ ସାହାଯ୍ୟ ଓଡିଶା ବାହାରେ ଜଗନ୍ନାଥ ସଂକୃତିର ପ୍ରଚାର ପ୍ରସାରର ସେତୁବନ୍ଧ ରୂପେ କାର୍ଯ୍ୟ କରିବାର ଆଶା ଓ ବିଶ୍ୱାସ ରହିଛି।

Leave a Reply

Your email address will not be published. Required fields are marked *

error: Content is protected !!