ଭୁବନେଶ୍ୱର : ଏବେ ରାଜ୍ୟ କିଛି ସହର ଓ ଗ୍ରାମାଅଞ୍ଚଳରେ ଡେଙ୍ଗୁ ବ୍ୟାପୁଛି। ରାଜ୍ୟ ସ୍ୱାସ୍ଥ୍ୟ ଵୀଭାଗ ପକ୍ଷରୁ ବିଭିନ୍ନ ସହର ଓ ଗ୍ରାମାଞ୍ଚଳ ଯେମିତି ଡେଙ୍ଗୁ ଜରରେ କେହି ଆକ୍ରାନ୍ତ ନ ହୁଅନ୍ତୁ ସେଥିପାଇଁ ଅନେକ ପଦକ୍ଷେପ ଓ ସଚେତନା ନେଉଛି l ଆମର ଏମିତି ଏକ ଖବର ହସ୍ତଗତ ହୋଇଛି ଯେ ଗାଁ ଭିତରେ ଆଣ୍ଠୁଏ ଆଣ୍ଠୁଏ ପାଣି ଜମି ରହୁଥିବା ଦେଖିବାକୁ ମିଳୁଛି ଯାହାଫଳରେ ବିଭିନ୍ନ ରୋଗ ସୃଷ୍ଟିହେବା ଆଶଙ୍କାକୁ ଏଡେଇ ହେବନି l ସୂଚନାଯୋଗ୍ୟ ଯେ ଖୋର୍ଦ୍ଧା ଜିଲ୍ଲା ଅଧିନରେ ଆମ ରାଜଧାନୀ ରହୁଛି। ଭୁବନେଶ୍ୱରରେ ଗମନାଗମନ ପରିମଳ ଆଦି ଉତ୍ତମ ରହୁଥିବା ବେଳେ କିନ୍ତୁ ଟିକେ ନିରୀକ୍ଷେଇ କି ଦେଖିବା ପରେ ଜିଲ୍ଲାରେ ଅନେକ ଗାଁ ଗଣ୍ଡାରେ ସ୍ୱାଧୀନତା ର ପରେ ମଧ୍ୟ ଉତ୍ତମ ରାସ୍ତାଟିଏ ନାହିଁ l
ଖବର ଟି ଖୋର୍ଦ୍ଧା ଜିଲ୍ଲା ର ବାଣପୁର ବ୍ଲକ ଅନ୍ତର୍ଗତ ଆୟତପୁର ଗ୍ରାମ ପାଞ୍ଚୟତର।ଆୟତପୁର ଗାଁ ମାଝୀରେ ବର୍ଷାଯୋଗୁଁ ପାଣି ଜମିରହୁଛି ଏହି ସମସ୍ୟା ଦୀର୍ଘଦିନର l ତେବେ ଏହି ରାସ୍ତା ଦେଇ ଗ୍ରାମର ବିଦ୍ୟାଳୟକୁ ଛାତ୍ର ଛାତ୍ରୀ ଯାତାୟାତ କରୁଥାନ୍ତି ବର୍ଷାଦିନେ ଏଠି ପାଣି ଜମୁଥିବାରୁ ଯିବା ପାଇଁ ଭାରି ଅଶୁଵୀଧାର ସମ୍ମୁଖୀନ ହେଉଛନ୍ତି l ଏହି ଗ୍ରାମର ପଡୋଶୀ ଗ୍ରାମ ପାତ୍ରପୁର ଗ୍ରାମବାସୀମାନେ ପ୍ରତିଦିନ ଏହି ବାଟ ଦେଇ ଯାଇଥାନ୍ତି l ଖାସ କଥା ହେଲା ପାଣି ଜମୁଥିବା ସ୍ଥାନ ପାଖରେ ଆୟୁଷ୍ମlନ ଆରୋଘ୍ୟ ମନ୍ଦିରକୁ ଲୋକ କାଦୁଅ ପାଣିଭିତରେ ପଶି ଆସନ୍ତି l ଏଠି ରାସ୍ତା ମଝିରେ ପାଣି ଜମୁଥିବାରୁ ଡେଙ୍ଗୁ ଓ ବିଭିନ୍ନ ରୋଗର ଶିକାର ହେବା ଆଶଙ୍କା ରହିଛି l ତେବେ ଜିଲ୍ଲା ପ୍ରଶାସନ ତୁରନ୍ତ ଦୁଷ୍ଟି ଦେବା ପାଇଁ ସାଧାରଣ ରେ ଦାବି ହେଉଛି
ରିପୋର୍ଟ – ସମୀର ରଞ୍ଜନ ନାୟକ