ମହାପ୍ରଭୂଙ୍କ ରତ୍ନଭଣ୍ଡାର ଅଳଙ୍କାର ହେବ ଗଣନ୍ତି

ପୁରୀ :ଖୋଲିଛି ମହାପ୍ରଭୁଙ୍କ ରତ୍ନ ଭଣ୍ଡାର। ଏବେ ତାକୁ ଗଣତି ନେଇ ବିଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଛି । ଏହାରି ଭିତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ବଡ କଥା କହିଛନ୍ତି ।ରତ୍ନ ଭଣ୍ଡାରରେ ଥିବା ସମସ୍ତ ରତ୍ନ, ଅଳଙ୍କାରର ହେବ ଗଣତି ରାଜ୍ୟ ସରକାର ନିଶ୍ଚିତ ମହାପ୍ରଭୁଙ୍କ ରତ୍ନ, ଅଳଙ୍କାରର ଗଣତି କରାଇବେ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନା କହିଛନ୍ତି ।

ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପରେ ଏଭଳି ମନ୍ତବ୍ୟ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ରଖ୍ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଓଡ଼ିଶା ସରକାର ନିଶ୍ଚିତ ରତ୍ନ, ଅଳଙ୍କାରର ଗଣତି କରିବୋ ନୂଆ ଗଣତି ସୂଚୀ ଓ ପୁରୁଣା ସୁଚୀର ମେଳକ କରାଯିବ । ସବୁ ଠିକ୍ ଅଛି ନା ନାହିଁ ସ୍ପଷ୍ଟ ହେବା ପୂର୍ବରୁ ଏକଥା କୁହାଯାଇଥିଲା। ତେଣୁ ସ୍ଥାନୀୟ ସରକାର ଏନେଇ ଏଏସଆଇକୁ ଚିଠି ଲେଖ୍ ସାରିଛନ୍ତି । ଏଏସଆଇର ଉଚ୍ଚସ୍ତରୀୟ ଟିମ୍ ଆସି ତଦାରଖ କରିବ ବୋଲି ସ୍ପଷ୍ଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।

ରିପୋର୍ଟ – ସମୀର ରଞ୍ଜନ ନାୟକ

Leave a Reply

Your email address will not be published. Required fields are marked *

error: Content is protected !!