ମିଳିତ ଓଡିଶା ନିଶାନିବାରଣ ଅଭିଯାନ (ମୋନା) ପକ୍ଷରୁ ଗଣଧାରଣା

ପୁରୀ (ରିପୋର୍ଟ – ସମୀର ରଞ୍ଜନ ନାୟକ ) : ମିଳିତ ଓଡିଶା ନିଶା ନିବାରଣ ଅଭିଯାନ ପୁରୀ ଜିଲ୍ଲା କମିଟି ତରଫରୁ ଜିଲ୍ଲା ତଥା ରାଜ୍ୟରେ ସମ୍ପୂର୍ଣ ନିଶା ନିବାରଣ ଆଇନ ଲାଗୁ କରିବା ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଗଣ ଧାରଣା କରାଯାଇଛି ଏବଂ ପୁରୀ ଅତିରିକ୍ତ ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ମଦମୁକ୍ତ ଓଡିଶା ପାଇଁ ଦାବୀପତ୍ର ପ୍ରଦାନ କରାଯାଇଛି। ମଦର ପ୍ରଚଳନ ସୁଦୂର ପ୍ରସାରୀ ଏବେ ଚିନ୍ତାଜନକ ସାଜିଛି।

ମଦର ପ୍ରଭବ ସମାଜରେ ପଡୁଥିବାରୁ ଶାନ୍ତି ଶୃଙ୍ଖଳା ବ୍ୟବସ୍ଥରେ ଵାଧା ସୃଷ୍ଟି ହେଉଛି। ଦୁର୍ଘଟଣା ଜନିତ ମୃତ୍ୟ ଫଛରେ ମଦର ବଡ ଭୂମିକା। ଘରେ ଘରେ ପାରିବାରିକ ଅଶାନ୍ତ, ମଦ ପ୍ରଭାବରେ ମାନସିକ ବିକୃତି। ଯୁବ ସମାଜ ପଥଭ୍ରଷ୍ଟ ହେଉଛି। ପ୍ରତିଦିନ ସାରା ଓଡିଶାରେ ହତ୍ୟ ରାହାଜାନୀ ଭଳି ଘଟଣା ମଦ ଯୋଗୁଁ ଘଟୁଛି। ରାଜ୍ୟ ସରକାର ଯେତିକି ଟଙ୍କା ରାଜସ୍ବ ପାଉଛନ୍ତି ତ ଠଖରୁ ଅଧିକ ମୁଲ୍ୟବାନ ଜୀଵନ ହରାଉଛନ୍ତି ମଦ ଯୋଗୁଁ ବୋଲି ଆଜିର ଗଣଧାରଣାରେ ମତ ପାଇଛି।

ମଦର ପ୍ରଚାର ପ୍ରସାରକୁ ବିରୋଧ କରି ରାଜ୍ୟରେ ଥିବା ଆଇନ ୧୯୫୬ ମସିହାରୁ ସ୍ବର୍ଗତ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ଦ୍ବାରା ପ୍ରଣୀତ ହୋଇଛି । କିନ୍ତୁ ପରିତାପର ବିଷୟ ଯେ ଏହି ନିଶା ନିବାରଣ ଆଇନ ୧୯୫୬କୁ ଏ ଯାଏଁ ରାଜ୍ୟରେ ଲାଗୁ କରାଯାଇ ନାହିଁ । ଏଣୁ ନିଶା ନିବାରଣ ଆଇନ ୧୯୫୬କୁ କଡାକଡି କରିବା ପାଇଁ ଆବଶ୍ୟକୀୟ ସଂଶୋଧନ କରି, ମଦମୁକ୍ତ ଓଡିଶା ପାଇଁ ବାସ୍ତବତାକୁ ଦୃଷ୍ଟିରେ ରଖି ଆନ୍ତରିକ ପଦକ୍ଷେପ ନେବା ଆବଶ୍ୟକ ବୋଲି ଦାବୀ କରାଯାଇଛି। ଆଜିର ଗଣଧାରଣାରେ ମୋନାର ସଦସ୍ୟ ମଳୟକୁମାର ତ୍ରିପାଠୀ, ରମାକାନ୍ତ ମଣ୍ଡଳ, ଶୁଭେନ୍ଦୁ ରାଉତରାୟ, ଅର୍ଜୁନ ଚରଣ ସାମନ୍ତରାୟ, ଅଶୋକ ପ୍ରଧାନ, ହରିଶଙ୍କର ମିଶ୍ର, ଭୀମସେନ ମହାପାତ୍ର, ସ୍ବାଧୀନ ପଣ୍ଡା, ଆଲୋକ ଦାସ, ଛାୟାକାନ୍ତ ନାୟକ, ଶୁଭଣ୍ରୀ ଦାସ, ଜଗନ୍ନାଥ ଦେଓ , ରମାକାନ୍ତ ଜେନା,।

କୁନ୍ତଳାକୁମାରୀ ବିଶ୍ବାଳ, ରାଧେଶ୍ୟାମ ରଥ, ସଚିନନ୍ଦନ ଦାଶ, ଉଭେଶ ଚିନେରା, ପ୍ରମୁଖ ଉପସ୍ଥିତ ଥିବା ବେଳେ ମୋନା ପକ୍ଷରୁ ନୂତନ ଭାବେ ପୁରୀ ଜିଲ୍ଲା କମିଟି ଗଠନ କରାଯାଇଛି। ଏଥିରେ ସଭାପତି କବିତା ରାଣୀ ପରିଡ଼ା, କାର୍ଯ୍ୟକାରୀ ସଭାପତି କିଶାନ ପଟ୍ଟନାୟକ, ଉପ ସଭାପତି ଅରୁଣ କୁମାର ସାମନ୍ତରାୟ, ସମ୍ପାଦକ ଜଗନ୍ନାଥ ଦେଓ, ପରିଚାଳନା ସମ୍ପାଦିକା ବିଦୁତଲତା ଆଚାର୍ଯ୍ୟ, ସହ ସମ୍ପାଦକ ଅଜୟକୁମାର ପ୍ରଧାନ, ମୁଖପାତ୍ର ଭାବରେ ନିରୁପମା ପାତ୍ର ଦାୟିତ୍ବ ଗ୍ରହଣ କରିଛନ୍ତି। ଶେଷରେ ମିଳିତ ଓଡିଶା ନିଶାନିବାରଣ ଅଭିଯାନର ସଦସ୍ୟ ଅବସରପ୍ରାପ୍ତ ବାୟୁସେନା ଅଧିକାରୀ ପ୍ରଭାତ କୁମାର ରାଉତରାୟ ଙ୍କ ଅକାଳ ବିୟୋଗରେ ଦୁଇମିନିଟ ନୀରବ ପ୍ରାର୍ଥନା କରାଯାଇ ତାଙ୍କର ଅମ୍ଳାନ ଆତ୍ମାର ସଦଗତି କାମନା କରାଯାଇଥିଲା।

Leave a Reply

Your email address will not be published. Required fields are marked *

error: Content is protected !!