ମୟୁରଭଞ୍ଜ : କରଞ୍ଜିଆ ଏନଏସି ଅଧକ୍ଷା ପପି ପୃଷ୍ଟି ଙ୍କୁ ୱାର୍ଡ ନଂ ୮ ଗୁଡିସାହି ର ବସ୍ତି ବାସିନ୍ଦା ଙ୍କ ଯିବା ଆସିବା ରାସ୍ତା ଟି ଅତ୍ୟନ୍ତ ଶୋଚନୀୟ ହୋଇଥିବା ଓ ବାରମ୍ବାର ଅଭିଯୋଗ ପରେ ମଧ୍ୟ ସମସ୍ୟା ସମାଧାନ ନହେବା ନେଇ ସ୍ଥାନୀୟ ବାସିନ୍ଧାଙ୍କ ଅଭିଯୋଗ ପାଇବା ପରେ ସ୍ଥିତି ପରଖିବାକୁ ନିଜେ କାର୍ଯ୍ୟନିର୍ବାହୀ ଅଧିକାରୀ ଲଳିତ କୁମାର ନାଏକ, ସୁଧୀର ସାହା,ଜନସ୍ୱାସ୍ଥ୍ୟ ବିଭାଗ କନିଷ୍ଠ ଯନ୍ତ୍ରୀ ସତ୍ୟାନନ୍ଦ ନାୟକ ଙ୍କ ସହିତ ଅଭିଯୋଗ ହୋଇଥିବା ଅଞ୍ଚଳ କୁ ବୁଲି ଦେଖିଥିଲେ।

ଉକ୍ତ ଅଞ୍ଚଳ ଗସ୍ତ ସମୟରେ ରାସ୍ତା ରେ କିଛି ବ୍ୟକ୍ତି ଗାଈ ବାନ୍ଧିଥିବା ଓ କିଛି ବ୍ୟକ୍ତି ନିଜ ଗୁହାଳ ର ସବୁ ଆବର୍ଜନା ଏହି ରାସ୍ତା ରେ ଛାଡୁଥିବାରୁ ତୁରନ୍ତ ଏହି ଗୁହାଳ ଗୁଡିକ ସ୍ଥାନାନ୍ତର କରିବା କୁ ଲୋକଙ୍କୁ କହିଥିଲେ ଯଦି ଗୁହାଳ ସ୍ଥାନାନ୍ତର ନହୁଏ ତେବେ କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କୁ ଗୁହାଳ ଉଛେଦ ସହିତ ରାସ୍ତା ଉପରେ ପାନୀୟ ଜଳ ଟ୍ୟାପ ଲଗାଇଥିବା ବ୍ୟକ୍ତି ଙ୍କୁ ଘରକୁ ଟ୍ୟାପ ଉଠାଇବାକୁ ନିର୍ଦେଶ ଦେଇଥିଲେ ଯେଉ ମାନେ ଟ୍ୟାପ ସ୍ଥାନାନ୍ତର କରିବେ ନାହିଁ ତାଙ୍କ ସଂଯୋଗ କାଟିବାକୁ ଉପସ୍ଥିତ ଜନସ୍ୱାସ୍ଥ୍ୟ ବିଭାଗ କନିଷ୍ଠ ଯନ୍ତ୍ରୀ ଙ୍କୁ ନିର୍ଦେଶ ଦେଇଥିଲେ
ରିପୋର୍ଟ- ଜିତେନ୍ଦ୍ର ରାଜ, କରଞ୍ଜିଆ,ମୟୁରଭଞ୍ଜ
