ଭୁବନେଶ୍ୱର (ରିପୋର୍ଟ -ସମୀର ରଞ୍ଜନ ନାୟକ ): ରାଜ୍ୟରେ ରାସନ କାର୍ଡ ନେଇ କିଛି ଦିନ ହେବ ରାଜ୍ୟରେ ଅନେକ ଚର୍ଚ୍ଚା ଚାଲିଥିବା ଶୁଣିବାକୁ ମିଳୁଥିଲା ସୂଚନା ଯୋଗ୍ୟ ଯେ E- KYC ଯାଞ୍ଚ ପରେ ନୂଆ ରାସନ କାର୍ଡ ମିଳିବ କହିଲେ ମନ୍ତ୍ରୀ । ଗୃହରେ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ଅନୁପସ୍ଥିତିରେ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ଉତ୍ତର। ଆବେଦନ କରିଥିବା ହିତାଧିକାରୀ ପାଇବେ ନୂଆ ରାସନ କାର୍ଡ। ୧୦ ଲକ୍ଷରୁ ଅଧିକ ହିତାଧିକାରୀ ରାସନ କାର୍ଡ ପାଇଁ ଅପେକ୍ଷା କରିଛନ୍ତି । E- KYC ସମ୍ବେଦନଶୀଳ ପ୍ରସଙ୍ଗ, ଅପଡେଟ୍ କରିବାକୁ ଲୋକଙ୍କୁ ପରାମର୍ଶ।ଇ- କଓ୍ବୋଇସି ସମ୍ବେଦନଶୀଳ ପ୍ରସଙ୍ଗ, ଅପଡେଟ କରିବାକୁ ଲୋକଙ୍କୁ ପରାମର୍ଶ ଦେଇଛନ୍ତି ମନ୍ତ୍ରୀ।ରାଜ୍ୟରେ ୧୪ ଲକ୍ଷ ୫୦ ହଜାର ମୃତ ହିତାଧିକାରୀଙ୍କ ନାମରେ ରାଶନ ହଡ଼ପ ହେଉଥିଲା।
ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ସେସବୁ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଥିଲା। ସେମାନଙ୍କ ସ୍ଥାନରେ ନୂତନ ହିତାଧିକାରୀଙ୍କୁ ସାମିଲ କରାଯିବ ବୋଲି ଯୋଗାଣ ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଥିଲେ। ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନଏଫଏସଏ) ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ନୂଆ ରାଶନ କାର୍ଡ ପାଇବା ପାଇଁ ପାୟ ୧୦ ଲକ୍ଷରୁ ଊର୍ଦ୍ଧ୍ୱ ହିତାଧିକାରୀ ଆବେଦନ କରିଥିଲେ।୨୦୨୨ରୁ ନୂତନ ରାଶନ କାର୍ଡ ଇସ୍ୟୁ କରାଯାଇନାହିଁ। ବିଜୁ ସ୍ବାସ୍ଥ୍ୟ କାର୍ଡ ହାତେଇବା ପାଇଁ ବହୁ ସଂଖ୍ୟାରେ ରାଶନ କାର୍ଡ ଲାଗି ଆବେଦନ ହେବାରୁ ନୂତନ କାର୍ଡ ଇସ୍ୟୁ ବନ୍ଦ କରାଯାଇଥିଲା। ଏହାପରେ ନିର୍ବାଚନ ଆସିଲା। ରାଜ୍ୟରେ ସରକାର ପରିବର୍ତ୍ତନ ହେବା ପରେ ନୂତନ ହିତାଧିକାରୀ କାର୍ଡ ପାଇବାକୁ ଚାହିଁ ରହିଛନ୍ତି।