ଜାତୀୟ କ୍ରୀଡା ଦିବସରେ ଧ୍ୟାନଚାନ୍ଦ ଙ୍କୁ ଶ୍ରଦ୍ଧାଞ୍ଜଳି ଓ ଶୋଭାଯାତ୍ରା ଅନୁଷ୍ଠିତ।

ପୁରୀ (ରିପୋର୍ଟ -ସମୀର ରଞ୍ଜନ ନାୟକ):ପୃଥିବୀ ରେ କ୍ରୀଡ଼ା ଥିବା ପର୍ଯ୍ୟନ୍ତ କିମ୍ବଦନ୍ତୀ କ୍ରିଡାବିତ ଧ୍ୟାନଚାନ୍ଦ ଜନମାନସରେ ରହିଥିବେ।ତାଙ୍କ କ୍ରୀଡା ପ୍ରତିଭା ଅତୁଳନୀୟ।ସମଗ୍ର ବିଶ୍ୱ ତାଙ୍କ ଚମତ୍କାର କ୍ରୀଡା ନୈପୁଣ୍ୟ ରେ ଅଭିଭୂତ ହୋଇଥିଲା।ଆଜିର ଯୁବପିଢ଼ି ଓ କ୍ରୀଡା ପ୍ରତି ମନୋନିବେଶ କରୁଥିବା ପ୍ରତିଟି କ୍ରିଡାବିତ ଙ୍କ ପାଇଁ ଧ୍ୟାନଚାନ୍ଦ ଆଦର୍ଶ ହୋଇ ରହିଥିବେ ବୋଲି ମତବ୍ୟକ୍ତ କରିଛନ୍ତି ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ କୈଳାସ ଚନ୍ଦ୍ର ନାୟକ ଓ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା।ଜାତୀୟ କ୍ରୀଡା ଦିବସ ଆଜି ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ତାଳବଣିଆ ସ୍ଥିତ ସ୍ପୋ୍ର୍ଟ୍ସ କମ୍ପ୍ଲେକ୍ସ ଠାରେ ଅନୁଷ୍ଠିତ ହୋଇଥିଲା।ଉଭୟ ଅତିରିକ୍ତ ଜିଲ୍ଲାପାଳ ଏକ ସଚେତନତା ଶୋଭାଯାତ୍ରାକୁ ଉଦଘାଟନ କରିବା ସହ କ୍ରୀଡା ଦିବସରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ।

ଏହି ଶୋଭାଯାତ୍ରାରେ ୫୦୦ ରୁ ଉର୍ଦ୍ଧ୍ବ କ୍ରିଡାବିତ ତାଳବଣିଆ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ଠାରୁ ବାହାରି ଶ୍ରୀଜଗନ୍ନାଥ ଷ୍ଟାଡିୟମ ପର୍ଯ୍ୟନ୍ତ ଯାଇଥିଲେ।ସେଠାରେ ହକି ଯାଦୁକର ମେଜର ଧ୍ୟାନଚାନ୍ଦ ଙ୍କୁ ଜନ୍ମ ଦିନ ରେ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଥିଲା।କାର୍ଯ୍ୟକ୍ରମ ରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ,ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ, କ୍ରୀଡା ସଂସଦର ପ୍ରାକ୍ତନ ସମ୍ପାଦକ ରବି ଶଙ୍କର ପ୍ରତିହାରୀ,ଚୌଧୁରୀ ପାର୍ଥ ସାରଥୀ ମହାପାତ୍ର, ଖୋ ଖୋ କ୍ରୀଡା ର ମୁଖ୍ୟ କୋଚ ସଞ୍ଜୀବ ଶର୍ମା,ତାଇକୋଣ୍ଡା କୋଚ ମନମୋହନ ଭଞ୍ଜ,ବକ୍ସିଂ କୋଚ ସୁଦର୍ଶନ ସାହୁ, ଭଲିବଲ ର ପ୍ରାକ୍ତନ କୋଚ ଅଜୟ କୁମାର ତ୍ରିପାଠୀ ପ୍ରମୁଖ ଯୋଗ ଦେଇ ଜାତୀୟ କ୍ରୀଡା ଦିବସ ର ଅନୁଚିନ୍ତା ସହ ଧ୍ୟାନଚାନ୍ଦ ଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।ଏଥିରେ କ୍ରୀଡା କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀ,କ୍ରିଡାବିତ,କ୍ରୀଡ଼ା କେନ୍ଦ୍ର ରେ ରହୁଥିବା ଅନ୍ତେବାସୀ ମାନେ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!