ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ ଓ ଅନ୍ୟାନ୍ୟ ଦାବି ନେଇ ଏସ୍.ୟୁ.କେ ଶାଖାର ଦାବିପତ୍ର

ସୁବର୍ଣ୍ଣପୁର (ରିପୋର୍ଟ-ଶାନ୍ତନୁ କୁମାର କର୍ଣ୍ଣ) : ଷ୍ଟେଟ ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟସ୍ (ଏସ୍‌ୟୁକେ) ର ଆହ୍ୱାନ କ୍ରମେ ସୁବର୍ଣ୍ଣପୁର ଜିଲ୍ଲା ସାମ୍ବାଦିକ ସଂଘ ତରଫରୁ ସାମ୍ବାଦିକମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ୭ ଦଫା ଦାବି ପତ୍ର ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲପାଳ ଅଞ୍ଜଳୀନା ପ୍ରଧାଙ୍କ ଜିରଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ପ୍ରଦାନ କରାଯାଇଛି । ଆଜି ସୁବର୍ଣ୍ଣପୁର ସାମ୍ବାଦିକ ସଂଘ ପକ୍ଷରୁ ସ୍ଥନୀୟ ବ୍ଲକ ଛକରୁ ସଭ୍ୟମାନେ ଏକ ଶୋଭାଯାତ୍ରରେ ବାହାରି ଜିଲ୍ଲାପାଳଙ୍କ ଅଫିସରେ ପହଞ୍ଚିଥିଲେ।ସାମ୍ବାଦିକ ମାନଙ୍କ ସାମୁହିକ କଲ୍ୟାଣ ନିମିତ୍ତ ଦାବି ଉପସ୍ଥାପନ କରିଥିଲେ l

ଦାବି ଗୁଡିକ ମଧ୍ୟରେ ଦେଶର ଅନ୍ୟ କେତେକ ରାଜ୍ୟଭଳି ଆମ ଓଡ଼ିଶାରେ କାର୍ଯ୍ୟରତ ସାମ୍ବାଦିକ ଏବଂ ଅବସର ଗ୍ରହଣ କରିଥିବା ବା ୬୦ ବର୍ଷ ବୟସରୁ ଉର୍ଦ୍ଧ୍ୱ ସାମ୍ବାଦିକ ମାନଙ୍କୁ ଯଥାକ୍ରମେ ଟ୨୫, ୦୦୦/- (ପଚିଶି ହଳାର ଟଙ୍କା)ର ଉତ୍ତା ଓ ପେନ୍‌ସନ୍ ପ୍ରଦାନ କରାଯାଉ l ଗୋପବନ୍ଧୁ ସ୍ବାସ୍ଥ୍ୟ ବୀମା ଯୋଜନାରେ ପିତାମାତାଙ୍କୁ ସାମିଲ ସହିତ ଏହାର ଆକାରକୁ ୫ଲକ୍ଷ ଟଙ୍କା ପରିବର୍ତ୍ତେ ୨୦ ଲକ୍ଷଟଙ୍କାକୁ ବୃଦ୍ଧି କରାଯାଉ । କୌଣସି ସାମ୍ବାଦିକ ମୃତ୍ୟୁବରଣ କଲେ ତାଙ୍କ ପରିବାରକୁ ଟ୨୫,୦୦,୦୦୦/- (ପଚିଶ ଲକ୍ଷ ଟଙ୍କା) ମୃତ୍ୟୁକାଳୀନ ସହାୟତା ରାଶି ପ୍ରଦାନ କରାଯାଉ । ଅଧିକାଂଶ ଗଣମାଧ୍ୟମର ମୁଖ୍ୟାଳୟ, ପ୍ରମୁଖ ସରକାରୀ କାର୍ଯ୍ୟାଳୟ, ବଡ଼ବଡ଼ ଶିକ୍ଷାନୁଷ୍ଠାନ ଏବଂ ପ୍ରତିଷ୍ଠିତ ଚିକିତ୍ସାଳୟ ଗୁଡ଼ିକ ରାଜଧାନୀ ଭୁବନେଶ୍ୱରରେ ରହିଥ‌ିବାରୁ ସାମ୍ବାଦିକମାନ‌ଙ୍କ ସାମୟିକ ଅବସ୍ଥାନ ନିମନ୍ତେ ୧୦୦ ଶଯ୍ୟା ବିଶିଷ୍ଟ ଏକ ଅତିଥୁ ଭବନ (ଗେଷ୍ଟ ହାଉସ୍) ନିର୍ମାଣ କରାଯାଉ l ଏହି ଭଳି ୭ ଦଫା ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟ ରେ ପ୍ରଦାନ କରାଯଇଥିଲା।

ସୁବର୍ଣ୍ଣପୁର ଜିଲ୍ଲା ସଭାପତି ଧିରେନ ଦାନୀ ଙ୍କ ନେତୃତ୍ୱରେ ସଂଘ ର ସାଧାରଣ ସମ୍ପାଦକ ଧରଣୀଧର ମିଶ୍ର ସହ -ସମ୍ପାଦକ ସହଦେବ ମେହେର, ରାଜ୍ୟ କାର୍ଯ୍ୟକାରଣି ସଦସ୍ୟ ନବପ୍ରକାଶ ମିଶ୍ର, ସଭ୍ୟ କମଳରଞ୍ଜନ ପଚିଛା, ସରୋଜ ପ୍ରଧାନ, ସୁଶାନ୍ତ ସାହୁ, ଗୁରୁଦେବ ମେହେର, ପ୍ରମୁଖ ଉପସ୍ଥିତ ରହିଥିଲେ । ଆଜି ରାଜ୍ୟ ସାମ୍ବାଦିକ ସଂଘ ର ଆହ୍ବାନ କ୍ରମେ ସମଗ୍ର ରାଜ୍ୟରେ ସମସ୍ତ ଜିଲ୍ଲାରେ ଏହି ଦାବି ଉପସ୍ଥାପନ କରାଯାଇଥିବା ଜଣାପଡିଛି ।ସାମ୍ବାଦିକ ମାନଙ୍କ ଦାବିପତ୍ର କୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପାଠଇ ଦିଆଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ପ୍ରକାଶ କରିଛନ୍ତି l

Leave a Reply

Your email address will not be published. Required fields are marked *

error: Content is protected !!