ଜୟଶଙ୍କର କହିଲେ ନିରବଛିନ୍ନ ଭାବରେ ପାକିସ୍ତାନ ସହ ଆଲୋଚନାର ସମୟ ଶେଷ ହୋଇଛି।

ନୂଆଦିଲ୍ଲୀ : ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ପଡୋଶୀ ଦେଶ ପାକିସ୍ତାନକୁ ନେଇ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ପାକିସ୍ତାନ ସହ ନିରବଚ୍ଛିନ୍ନ ଆଲୋଚନାର ସମୟ ଶେଷ ହୋଇଛି। ପାକିସ୍ତାନର ପ୍ରତ୍ୟେକ ସକାରାତ୍ମକ ଏବଂ ନକାରାତ୍ମକ ପଦକ୍ଷେପର ଜବାବ ତା ‘ନିଜ ଭାଷାରେ ଦିଆଯିବ।

Video country – ANI

ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଦେଲେ ବଡ ବିବୃତି

ବାସ୍ତବରେ, ଦିଲ୍ଲୀରେ ଏକ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍. ଜୟଶଙ୍କର ପାକିସ୍ତାନ ଉପରେ ପ୍ରବଳ ବର୍ଷିଛନ୍ତି। ପାକିସ୍ତାନ ସହ ନିରବଚ୍ଛିନ୍ନ ଆଲୋଚନାର ସମୟ ଶେଷ ହୋଇଛି। ଜାମ୍ମୁ-କାଶ୍ମୀରର କଥା କହିଲେ, ଧାରା ୩୭୦ ସମାପ୍ତ ହୋଇଯାଇଛି, ତେଣୁ ପ୍ରସଙ୍ଗ ହେଉଛି ପାକିସ୍ତାନ ସହିତ ଆମେ କେଉଁ ପ୍ରକାରର ସମ୍ପର୍କ ବିଷୟରେ ବିଚାର କରିପାରିବା। ମୁଁ ଯାହା କହିବାକୁ ଚାହେଁ ତାହା ହେଉଛି ଆମେ ନିଷ୍କ୍ରିୟ ନୁହଁ, ଏବଂ ଘଟଣାଗୁଡ଼ିକ ସକାରାତ୍ମକ କିମ୍ବା ନକାରାତ୍ମକ ଦିଗକୁ ଯାଆନ୍ତୁ ନା କାହିଁକି, ଆମେ ଯେକୌଣସି ଉପାୟରେ ପ୍ରତିକ୍ରିୟା ଦେବୁ।

ବାଂଲାଦେଶ ଅଭ୍ଯୁତ୍ଥାନ ପରେ ଭାରତ ଏବଂ ବାଂଲାଦେଶ ସହିତ ସମ୍ପର୍କ ବିଷୟରେ ଜୟଶଙ୍କର କହିଛନ୍ତି, “ଏହା ସ୍ୱାଭାବିକ ଯେ ଆମକୁ ବର୍ତ୍ତମାନର ସରକାରଙ୍କ ସହ କଥା ହେବାକୁ ପଡିବ। ଆମକୁ ସ୍ୱୀକାର କରିବାକୁ ହେବ ଯେ ରାଜନୈତିକ ପରିବର୍ତ୍ତନ ଘଟିଛି ଏବଂ ସେଗୁଡ଼ିକ ବିଘଟନକାରୀ ହୋଇପାରେ। ସ୍ପଷ୍ଟ ଭାବରେ, ଆମକୁ ଏହି ପରିସ୍ଥିତିକୁ ଅଧିକ ପାରସ୍ପରିକତାର ସହ ପରିଚାଳନା କରିବାକୁ ପଡିବ।

ଏଥି ସହିତ, ମାଳଦ୍ୱୀପ ସହିତ ଭାରତର ସମ୍ପର୍କ ଉପରେ ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି, “ମାଳଦ୍ୱୀପ ପ୍ରତି ଆମର ଆଭିମୁଖ୍ୟରେ ଉତ୍ଥାନ-ପତନ ଘଟିଛି। ଏଠାରେ ସ୍ଥିରତାର ଅଭାବ ରହିଛି, ମାଳଦ୍ୱୀପ ସହିତ ଆମର ପୁରୁଣା ସମ୍ପର୍କ ରହିଛି। ମାଳଦ୍ୱୀପରେ ଏକ ବିଶ୍ୱାସ ରହିଛି ଯେ ଏହି ସମ୍ପର୍କ ସେମାନଙ୍କ ପାଇଁ ଏକ ଶକ୍ତି। ଏହି ସମୟରେ ଏହି ସମ୍ପର୍କ ତାଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କାରଣ ସେ ଆର୍ଥିକ ଆହ୍ୱାନର ସମ୍ମୁଖୀନ ହେଉଛନ୍ତି।

Leave a Reply

Your email address will not be published. Required fields are marked *

error: Content is protected !!