ଭୁବନେଶ୍ୱର (ରିପୋର୍ଟ – ସମୀର ରଞ୍ଜନ ନାୟକ ) ::ଭିଜିଲାନ୍ସ ଜାଲ ରେ ଜଣେ ବ୍ଲକ ଶିକ୍ଷାଅଧି କାରୀ ପଡ଼ିଥିବା ସୂଚନା ମିଳିଛି ସୂଚନା ମୁତାବକ ଗଞ୍ଜାମ ଜିଲ୍ଲା ବ୍ଲକ ଶିକ୍ଷା ଅଧିକାରୀଙ୍କ ଘରେ ପଶିଲା ଭିଜିଲାନ୍ସ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଞ୍ଜାମ ଜିଲ୍ଲାର ଛତ୍ରପୁର ବ୍ଲକ ଶିକ୍ଷାଅଧିକାରୀ ସୀତାରାମ ପାତ୍ରଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି।ସୀତାରାମ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା।

ଭିଜିଲାନ୍ସ ଘଟଣାର ତଦନ୍ତ କରି ଆଜି ବ୍ଲକ ଶିକ୍ଷା ଅଧିକାରୀଙ୍କ ଘରେ ଚଢ଼ାଉ କରିଥିଲା।ସୀତାରାମଙ୍କ ଗଞ୍ଜାମ ଜିଲ୍ଲାର ଛତ୍ରପୁର ସରକାରୀ କାର୍ଯ୍ୟାଳୟ, ବ୍ରହ୍ମପୁର ସହରର ରାମକୃଷ୍ଣନଗର ସମେତ ୩ଟି ସ୍ଥାନ ଓ ପୋଲସରାର ୨ଟି ସ୍ଥାନରେ ଏକାକାଳୀନ ଚଢାଉ କରାଯାଇଛି।ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍ବ୍ରହ୍ମପୁରରେ ୩୫୦୦ ବର୍ଗ ଫୁଟର ୨ ମହଲା କୋଠାଗଞ୍ଜାମ ପୋଲସରାରେ ୨ଟି ବିଲ୍ଡିଂନଗଦ ୬ଲକ୍ଷ ୫୦ହଜାର ଜବତବ୍ୟାଙ୍କ, ପୋଷ୍ଟାଲ ଜମା ଖୋଜୁଛି ଗୋଟିଏ ଚାରି ଚକିଆ ଓ ୨ଟି ବାଇକ ଠାବ, ଚଢ଼ାଉ ଜାରି
