ହେଲମେଟ ଓ ଟ୍ରାଫିକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ମୟୁରଭଞ୍ଜ (ରିପୋର୍ଟ – ଜିତେନ୍ଦ୍ର ରାଜ) : କରଞ୍ଜିଆ ସହରରେ ହେଲମେଣ୍ଟ ଓ ଟ୍ରାଫିକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ସକାଳ ୧୦ ଘଟିକା ସମୟରେ ଉପଖଣ୍ଡ ପୋଲିସ ଅଧିକାରୀ ସୁବ୍ରତ କୁମାର ଏହାକୁ ଫିତା କାଟି ଉଦଘାଟନ କରିଥିଲେ ତାଙ୍କ ସହିତ ସହକାରୀ ଉପଜିଲ୍ଲାପାଳ…, ବିଡ଼ିଓ ସୁଶାନ୍ତ କୁମାର ସୁତାର, କରଞ୍ଜିଆ ଥାନା ଅଧିକାରୀ ନିରୋଜ ମଲ୍ଲିକ ଉପସ୍ଥିତ ଥିଲେ।

ଏହି ସଚେତନତା ରାଲିଟି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରୁ ବାହାରି ଗାର୍ଲସ ସ୍କୁଲ, ସିନେମା ହଲ ଛକ, ଦୋଳପଡ଼ିଆ, ବଜାର, ଏନଏସି ଛକ, କଚେରୀ ଛକ, ମାଣିକ ଛକ ହୋଇ କରଞ୍ଜିଆ ଥାନା ପରିସରରେ ଶେଷ ହୋଇଥିଲା ସ୍ମାର୍ଟ ଭେଲ୍ୟୁ କମ୍ପ୍ୟୁଟର ଏକାଡେମୀ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଂସ୍ଥାର ଭୁବନେଶ୍ୱର ଅଫିସ ଇନଚାର୍ଜ,କରଞ୍ଜିଆ ଶାଖା ଇନଚାର୍ଚ୍ଚ ନବକିଶୋର ନାଏକ ଶ୍ୟାମଳ ଜେନା, ଉପେନ୍ଦ୍ର ତରେଇ, ବୁଲୁ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ କାର୍ଯ୍ୟକ୍ରମ କୁ ରୁକ୍ମଣୀ କିସ୍କୁ, ରେବତୀ ମହାନ୍ତ, ଦିଲ୍ଲୀପ ନାଏକ, ଦୀପକ ନାଏକ, ଝୁନୁ ଦେହୁରୀ ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!