ଅନୁଗୁଳ : ଡି.ଏ.ଭି. ପବ୍ଲିକ ସ୍କୁଲ,ଏନ୍.ଟି.ପି.ସି ରେ ଗୁରୁ ଦିବସ ମହାଆଡମ୍ବରରେ ପାଳିତ ହୋଇଛି। ଏହି ପବିତ୍ର ଉତ୍ସବରେ ଏନ୍.ଟି.ପି.ସି ମୁଖ୍ୟ ମହାପ୍ରବନ୍ଧକ ଶ୍ରୀଯୁକ୍ତ ବିଜୟ ଚାନ୍ଦ,ସାଗରିକା ଲେଡିଜ୍ କ୍ଲବ ର ଅଧ୍ୟକ୍ଷା ଶୀମତୀ ଭିଭା ଅଗରୱାଲ ତଥା ସହାୟକ ମହାପ୍ରବନ୍ଧକ ଶ୍ରୀଯୁକ୍ତ ରୋହିତ କୁମାର,ଉପମହାପ୍ରବନ୍ଧକ ଶ୍ରୀଯୁକ୍ତ ସକିଲ୍ ଅହମ୍ମଦ ଏବଂ ବରିଷ୍ଠପ୍ରବନ୍ଧକ ଶ୍ରୀଯୁକ୍ତ ସୁରେଶ ବେହେରା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଉତ୍ସବର ଭବ୍ୟତାକୁ ଦୁଇ ଗୁଣିତ କରିଛନ୍ତି ।

ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଚାନ୍ଦ କହିଛନ୍ତି ଶିକ୍ଷକ ହେଉଛନ୍ତି ଦେଶର ଭାବି ଭବିଷ୍ୟର ନିର୍ମାଣକର୍ତ୍ତା ।ଶ୍ରୀମତୀ ଅଗ୍ରୱାଲଙ୍କ ଉକ୍ତିରେ ଶିକ୍ଷକ ହେଉଛନ୍ତି ଶିଶୁର ଭାଗ୍ୟ ନିଅନ୍ତା ଯିଏ ମଣିଷକୁ ପରମାତ୍ମା ସହ ସମ୍ମିଳିତ କରାଇବାରେ ମୁଖ୍ୟ ଭୂମିକା ନିଏ । ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ସମୀର କୁମାର କାନୁନଗୋ ଛାତ୍ର ଛାତ୍ରୀମାନଙ୍କୁ ଜୀବନରେ ଶୃଙ୍ଖଳିତ ହେବା ପାଇଁ ଉପଦେଶ ଦେଇଥିଲେ। ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ, ଏକାଦଶ ଓ ଦ୍ଵାଦଶ ଶ୍ରେଣୀର ଛାତ୍ରଛାତ୍ରୀଗଣ ତଥା ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ମିଳିତ ଉଦ୍ୟମରେ କାର୍ଯ୍ୟକ୍ରମ ଟି ସାଫଲ୍ୟ ମଣ୍ଡିତ ହୋଇଛି।

