ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଆରମ୍ଭ କଲେ ନୂଆ ଇନିଂସ, ଧରିଲେ ପଦ୍ମ

ନୂଆଦିଲ୍ଲୀ:ଭାରତୀୟ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିକଟରେ ଟି-୨୦ରୁ ଅବସର ଘୋଷଣା କରିଛନ୍ତି। ଏବେ ସେ ଏକ ନୂଆ ଇନିଂସ ଆରମ୍ଭ କରିଛନ୍ତି। ଏବେ ସେ ଭାରତୀୟ ଜନତା ପାର୍ଟିର ସଦସ୍ୟ ହୋଇଛନ୍ତି।

ଜାମନଗରର ବିଧାୟକ ତଥା ରବୀନ୍ଦ୍ର ଜାଡେଜାଙ୍କ ପତ୍ନୀ ରିଭାବା ଜାଡେଜା ଏକ୍ସ.ରେ ଏହି ସୂଚନା ଦେଇଛନ୍ତି।

ନିର୍ବାଚନ ପ୍ରଚାରରେ ସକ୍ରିୟ ଥିଲେ

ରବୀନ୍ଦ୍ର ଜାଡେଜା ତାଙ୍କ ପତ୍ନୀ ରିଭାବା ଜାଡେଜାଙ୍କ ସହ ଅନେକ ଥର ପ୍ରଚାର କରୁଥିବା ଦେଖିବାକୁ ମିଳିଥିଲା। ଅନେକ ରୋଡ୍ ସୋ ମଧ୍ୟ ଦେଖିବାକୁ ମିଳିଥିଲା। ଏବେ ସେ ବି.ଜେ.ପି. ରେ ଯୋଗ ଦେଇଛନ୍ତି। ‘ଏକ୍ସ “ରେ ରିଭାବା ଜାଡେଜା ଏହା ପ୍ରକାଶ କରିଛନ୍ତି।

ସେ ଶେଷ ଥର ପାଇଁ ୨୦୨୪ ଟି-୨୦ ବିଶ୍ୱକପ୍ରେ ଖେଳିଥିଲେ। ଭାରତ ବିଶ୍ୱକପ୍ ଜିତିଥିଲା। ଏହା ପରେ ଜାଡେଜା ଟି-୨୦ ଫର୍ମାଟକୁ ବିଦାୟ ଦେଇଥିଲେ।

ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରେ ୫୧୫ ରନ୍ ସଂଗ୍ରହ କରିଛନ୍ତି।

ଆନ୍ତର୍ଜାତୀୟ କ୍ରିକେଟରେ ଭାରତୀୟ ଅଲରାଉଣ୍ଡରଙ୍କ ପ୍ରଦର୍ଶନ ବିଷୟରେ କହିବାକୁ ଗଲେ ସେ ତାଙ୍କ କ୍ୟାରିୟରରେ ୭୪ ଟି-୨୦ ଆନ୍ତର୍ଜାତୀୟ ଖେଳିଥିଲେ। ୪୧ଟି ଇନିଂସରେ ସେ ୫୧୫ ରନ୍ କରିଥିଲେ। ଏହି ଫର୍ମାଟରେ ଜାଡେଜା ହାରାହାରି ୨୯.୮୫ ଏବଂ ୭.୧୩ ଇକୋନୋମିରେ ୫୪ଟି ୱିକେଟ୍ ନେଇଛନ୍ତି।

Leave a Reply

Your email address will not be published. Required fields are marked *

error: Content is protected !!