ଭୁବନେଶ୍ୱର (ରିପୋର୍ଟ – ସମୀର ରଞ୍ଜନ ନାୟକ ):ଓଡ଼ିଶା ସରକାରଙ୍କ ମାନ୍ୟବର ମନ୍ତ୍ରୀ,ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗ ଶ୍ରୀଯୁକ୍ତ ପୃଥ୍ବୀରାଜ ହରିଚନ୍ଦନ, ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରୁ ସକାଳ ୧୧ ଘଟିକା ସମୟରେ ୩ ଗୋଟି ସୁଭଦ୍ରା ସଚେତନତା ରଥର ଶୁଭାରମ୍ଭ କରିଛନ୍ତି। ଖୋର୍ଦ୍ଧା ଜିଲ୍ଲାରେ ୬ ଗେଟି ବ୍ଲକ୍ ଏହି ୩ଟି ରଥ ପରିକ୍ରମା କରିବ। ପରିକ୍ରମା ସମୟରେ ସୁଭଦ୍ରା ସଚେତନତା ସଂଗୀତ ଗାନ ପ୍ରଚାର କରିବ । ପ୍ରତି ୨ଗୋଟି ବ୍ଲକ୍ କୁ ୧ଟି ରଥ ଉଦ୍ଦିଷ୍ଟ ରହିଛି।
ଏହି କାର୍ଯ୍ୟକ୍ରମରେ ମାନ୍ୟବର ବିଧାୟକ, ଜୟଦେବ, ନବକିଶୋର ମଲିକ/ ମାନ୍ୟବର ବିଧାୟକ, ଖୋର୍ଦ୍ଧା,ପ୍ରଶାନ୍ତ କୁମାର ଜଗଦ୍ଦେବ/ମାନ୍ୟବର ବିଧାୟକ, ବେଗୁନିଆ ପ୍ରଦୀପ କୁମାର ସାହୁ / ଜିଲ୍ଲା ପରିଷଦ ଅଧ୍ୟକ୍ଷା ରୁପଶ୍ରୀରାଣୀ ଗୁମାନସିଂହ/ ପୋର ପରିଷଦ ଅଧ୍ୟକ୍ଷା କନକ ଲକ୍ଷ୍ମୀ ମହାନ୍ତି /ଜିଲ୍ଲାପାଳ, ଖୋର୍ଦ୍ଧା, ଚଞ୍ଚଳ ରାଣା/ଅତିରିକ୍ତ ଜିଲ୍ଲାପାଳ ରାଜସ୍ଵ,ସାଫଲ୍ୟ ମଣ୍ଡିତ ପ୍ରଧାନ/ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ, ପ୍ରତାପ ଚନ୍ଦ୍ର ବେଉରା/ ଅତିରିକ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ, ଜିଲ୍ଲା ପରିଷଦ,କସ୍ତୁରୀ ଵାଳା ଜେନା/ ଉପ-ଜିଲ୍ଲାପାଳ ଖୋର୍ଦ୍ଧା ଦିପ୍ତି ରଞ୍ଜନ ସେଠି/ତହସିଲଦାର /ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, କୁସୁମ ପ୍ରହରାଜ /ସ୍ଵୟଂ ସହାୟକ ମହିଳା/ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ, ଜ୍ୟୋସ୍ନା ମୟୀ ଆଚାର୍ଯ୍ୟ /ଜିଲ୍ଲା ର ବିଭିନ୍ନ ପଦାଧିକାରୀ /ବ୍ଲକ୍ ଫେଡେରାଲ ପ୍ରେସିଡେଣ୍ଟ /ସେକ୍ରେଟାରୀ/ ଜନ ସାଧାରଣ ପ୍ରମୁଖ ଯୋଗ ଦେଇଥିଲେ ।