ସିଏମ କିଷାନ ସହାୟତାର ଶୁଭାରମ୍ଭ|

ଖୋର୍ଦ୍ଧା (ରିପୋର୍ଟ – ସମୀର ରଞ୍ଜନ ନାୟକ ): ଆଜି ପବିତ୍ର ନୂଆଖାଇ ଅବସର ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶା ଶ୍ରୀଯୁକ୍ତ ମୋହନ ଚରଣ ମାଝିଙ୍କ ସିଏମ କିଷାନ ସହାୟତା ର ଶୁଭାରମ୍ଭ ହୋଇଛି ।ମାନ୍ୟବର ମୁଖ୍ୟମନ୍ତ୍ରୀ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଅଡିଟରିମରୁ ଭିଡ଼ିଓ କନଫରେନ୍ସ ଯୋଗେ ଏହି କାର୍ଯ୍ୟକ୍ରମ ର ଶୁଭାରମ୍ଭ ଅପରାହ୍ନ ୪:୩୦ ରେ କରିଥିଲେ| ଖୋର୍ଦ୍ଧାର owsan ଭିଡ଼ିଓ କନଫ୍ୱରେନ୍ସ ରେ ଏହି କାର୍ଯ୍ୟକ୍ରମରେ ଯୋଡିହେଇଥିଲେ ମାନ୍ୟବର ମନ୍ତ୍ରୀ ଆଇନ,ପୂର୍ତ୍ତ ଓ ଅବକାରୀ ବିଭାଗ ଶ୍ରୀଯୁକ୍ତ ପୃଥ୍ୱୀରାଜ ହରିଚନ୍ଦନ, ମାନ୍ୟବର ବିଧାୟକ ଖୋର୍ଦ୍ଧା ପ୍ରଶାନ୍ତ କୁମାର ଜଗଦେବ।

ସିଏମ କିଷାନ ଓଡିଶା ସରକାରଙ୍କ ରାଜ୍ୟ ଯୋଜନା ଅନ୍ତର୍ଗତ ଏକ କୃଷକ କଲ୍ୟାଣକାରୀ ଯୋଜନା ।ଉକ୍ତ ଯୋଜନା ର ସହାୟତାର ଶୁଭାରମ୍ଭ ସିଏମ -କିସାନ ପୋର୍ଟାଲ ର ଉନ୍ମୋଚନ, ପିଏମ କିଷାନ ଯୋଜନାର ସ୍ୱତନ୍ତ୍ର ଅଭିଯାନ, କୃଷକ ଓଡ଼ିଶାର ଏକିକୃତ ପୋର୍ଟାଲ ର ଉନ୍ମୋଚନ କରାଯାଇଛି। ପ୍ରଚଳିତ ନିର୍ଦେଶଶାବଳି ଅନୁସାରେ ସିଧାସଳଖ ସହାୟତା ରାଶି, ସିଏମ କିଷାନ ଯୋଜନା ରେ ଆନ୍ତର୍ଭୂକ୍ତ ଚାଷୀଙ୍କ ଆଧାର ସଂଯୁକ୍ତ ବ୍ୟାଙ୍କ ଆକାଉଣ୍ଟ କୁ ୨ ଗୋଟି ସମାନ କିସ୍ତି ରେ ବାର୍ଷିକ ୪୦୦୦ ଟଙ୍କା ପ୍ରଦାନ କରାଯିବ।

ସିଏମ୍- କିଷାନ ଯୋଜନାରେ ଅନ୍ତର୍ଭୁକ୍ତ ହେବା ନିମନ୍ତେ ଆବଶ୍ୟକୀୟ ଦସ୍ତାବିଜ୍ ଓ ମାନଦଣ୍ଡ:କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ନିମନ୍ତେ-

୧. ଆଧାର କାର୍ଡ , ୨. ଆଧାର ସଂଯୁକ୍ତ ବ୍ୟାଙ୍କ ଖାତା, ୩. ଜମି ପଟ୍ଟା, ୪. ରାସନ୍ କାର୍ଡ

ଏହା ସହିତ କୃଷକ ଓଡିଶା ପୋର୍ଟାଲରେ ନିଜର ଜମି କୁ ସଂଯୁକ୍ତ କରିବା ସହିତ ନିଜ ର ଫୋନ ନମ୍ବର ଓ ଆଧାର ନମ୍ବର ବ୍ୟାଙ୍କ ଆକାଉଣ୍ଟ ସହିତ ସଂଯୁକ୍ତ କରିବା ଆବଶ୍ୟକ |ଭୁମିହୀନ କୃଷକ ପରିବାରଙ୍କ ନିମନ୍ତେ

୧. ଆଧାର କାର୍ଡ

୨. ଆଧାର ସଂଯୁକ୍ତ ବ୍ୟାଙ୍କ ଖାତା

୩. କାର୍ଯ୍ୟ ପତ୍ର

୪. ରାସନ୍ କାର୍ଡ

ଅଦ୍ୟାବଧି ଖୋର୍ଦ୍ଧା ଜିଲ୍ଲା ର ୧୧୨୦୧୪ ଜଣ କ୍ଷୁଦ୍ର ଓ ନାମାତ୍ର ଚାଷୀ ଓ ୭୮୧୬୭ ଜଣ ଭୁମିହୀନ କୃଷକ ପରିବାର କାଳିଆ ଯୋଜନାର ଲାଭ ପାଉଛନ୍ତି |ଯୋଗ୍ୟ ବିବେଚିତ କାଳିଆ ହିତାଧିକାରୀମାନେ ସି ଏମ୍- କିଷାନ ଯୋଜନାରେ ଲାଭ ପାଇପାରିବେ |ବାଦ୍ ପଡିଯାଇଥିବା ଚାଷୀମାନେ ନୂତନ ସି ଏମ୍- କିଷାନ ପୋର୍ଟାଲରେ ଆବେଦନ କରିପାରିବେ |

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ରୁପଶ୍ରୀରାଣୀ ଗୁମାନସିଂହ, /ଜିଲ୍ଲାପାଳ , ଖୋର୍ଦ୍ଧା ଚଞ୍ଚଳ ରାଣା/ ଅତିରିକ୍ତ ଜିଲ୍ଲାପାଳ ରାଜସ୍ଵ ସାଫଲ୍ୟ ମଣ୍ଡିତ ପ୍ରଧାନ/ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ, କସ୍ତୁରୀ ବାଳା ଜେନା / ଉପ-ଜିଲ୍ଲାପାଳ, ଖୋର୍ଦ୍ଧା ଦିପ୍ତି ରଞ୍ଜନ ସେଠି/ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଡ଼ଃ ପ୍ରଦିପ୍ତ ପଣ୍ଡା,/ସି ଡିଭିଓ/ ଆସିଷ୍ଟାଣ୍ଟ ଡିରେକ୍ଟର,ହର୍ଟିକଲଚର/ ଜିଲ୍ଲା ମତ୍ସ୍ୟାଧିକାରୀ/ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ଜ୍ୟୋସ୍ନା ମୟୀ ଆଚାର୍ଯ୍ୟ ପ୍ରମୁଖ ଯୋଗଦେଇ ଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!